ଅକ୍ଷରା ସିଂହଙ୍କ ହଟ୍ ଭିଡିଓ ଭାଇରାଲ, ଦର୍ଶକଙ୍କ ମଧ୍ୟରେ ଲାଗିଲା ନିଆଁ
24/06/2019 at 1:59 PM

ମୁମ୍ବାଇ୨୪|୬: ଭୋଜପୁରୀ ସୁପର ବିୟୁଟି ଅକ୍ଷରା ସିଂହଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆର ପାରଦ ବଢାଇବାରେ ଲାଗିଛନ୍ତି ଅକ୍ଷରା। ଅକ୍ଷରା ତାଙ୍କ ଗୀତ ପୀଇଁ ସବୁବୋଳେ ଚର୍ଚ୍ଚାରେ ଥାନ୍ତି। ତାଙ୍କର ଅନେକ ଗୀତ ଭାଇରାଲ ମଧ୍ୟ ହୁଏ। ତାଙ୍କର ପ୍ରତ୍ୟେକ ଗୀତ ଅପଲୋଡ ହବାର ୨୪ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଦର୍ଶକ ଏହାକୁ ଦେଖନ୍ତି।

ଏବେ କିଛି ଦିନ ହେବ ଅକ୍ଷରାଙ୍କର ଏକ ଭିଡିଓ ଭାଇରାଲ ହେବାର ଲାଗିଛି। ଏହି ଭିଡିଓରେ ଅକ୍ଷରା ଦିନେଶ ଲାଲ ଯାଦବଙ୍କ ସହ ରୋମାନ୍ସ କରିବାରେ ନଜର ଆସିଛନ୍ତି। ଲାଲ ଶାଢୀରେ ତାଙ୍କ ଅନ୍ଦାଜକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓ ଦେଖିବା ପରେ ତାଙ୍କର ଚାରିଆଡେ ପ୍ରଶଂସା ଚାଲିଛି।

ଏହି ହଟ୍ ଭିଡିଓ ପରେ ସେ ଅନେକ ଫ୍ୟାନ୍ସଙ୍କ ଦିଲ୍ରେ ରାଜ କରିଛନ୍ତି। ଟପ୍ ଭୋଜପୁରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅକ୍ଷରା ସିଂହ। ସୋସିଆଲ ମିଡିଆରେ ତାଙ୍କର ମିଲିୟନ ଫଲୋଅର୍ସ ଅଛନ୍ତି। ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ସେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ କରିଛନ୍ତି।

ତାଙ୍କ ଫିଲ୍ମ ଦିଲ ବୋଲେ ବମ୍, ମା ତୁଝେ ସଲାମ୍, ପୱନ ରାଜା ଭଳି ଧମାକେଦାର ଫିଲ୍ମରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଗୀତରୁ ଅକ୍ଷରା ଚଳିତ ବର୍ଷ ମଧ୍ୟ ଭୋଜପୁରୀ ଦର୍ଶକଙ୍କ ଦିଲରେ ରାଜ କରିବେ। ସେ ତାଙ୍କ ଗୀତ କ୍ୟାରିଅରକୁ ନେଇ ଖୁବ ପରିଶ୍ରମ କରୁଛନ୍ତି। ତାଙ୍କ ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।