Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||
  • ପୁରୀ : ଶ୍ରୀମନ୍ଦିରରେ ବଢିଲା କଟକଣା : ସପ୍ତାହର ୨ଦିନ ଦର୍ଶନ ବନ୍ଦ, ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ପୁଅ ପ୍ରେମ ମାଆକୁ ମହଙ୍ଗା, ଭୁଜାଲି ମାଡ଼ରେ ବିଧବା ମହିଳା ଗୁରୁତର

4/04/2021 at 9:50 AM

ତେଲକୋଇ ୦୪।୦୪ : ମହଙ୍ଗା ପଡିଲା ପରକିୟା ପ୍ରୀତି । ପୁଅର ପ୍ରେମ ମାଆ ପାଇଁ ହେଲା ମହଙ୍ଗା । ଯୁବକଙ୍କ ଭୁଜାଲି ମାଡ଼ରେ ଗୁରୁତର ହେଲେ ବିଧବା ମହିଳା । ଗୁରୁତର ମହିଳାଙ୍କ ନାମ ଲକ୍ଷ୍ମୀ ସାହୁ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡ଼ା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଗାଁ ଜଣେ ବିବାହିତ ମହିଳାଙ୍କ ସହିତ ଲକ୍ଷ୍ମୀଙ୍କ ପୁଅର ଅନୈତିକ ସଂପର୍କ ରହିଆସିଥିଲା । ଏପରିକି ସଂପୃକ୍ତ ମହିଳାଙ୍କ ସ୍ୱାମୀ ବାରମ୍ବାର ଏହି ଘଟଣାକୁ ନେଇ ତାଗିଦ ମଧ୍ୟ କରିଥିଲେ । କିନ୍ତୁ ଲକ୍ଷ୍ମୀଙ୍କ ପୁଅ ଏସବୁକୁ ଖାତିର କରିନଥିଲେ । ବାରମ୍ବାର ତାଗିଦ ସତ୍ତ୍ୱେ ବି ବିବାହିତ ମହିଳାଙ୍କ ସହିତ ସଂପର୍କ ରଖିଥିଲେ । ଏପରିକି କିଛି ଦିନ ତଳେ ସେହି କଥାକୁ ନେଇ ଉଭୟ ପରିବାର ମଧ୍ୟ ବିବାଦ ଦେଖାଦଇଥିଲା । ମାମଲା ଯାଇ ଥାନାରେ ମଧ୍ୟ ପହଞ୍ଚିଥିଲା । ପୋଲିସ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା କରିଥିଲା ।

କିଛି ଦିନ ଧରି ଶାନ୍ତ ପଡିବା ପରେ ପୁଣି ଆରମ୍ଭ ହୋଇଥିବା ପରକିୟା ପ୍ରୀତି । ତେବେ ବାରମ୍ବାର ତାଗିଦ ସତ୍ତ୍ୱେ ବି କୌଣସି ସୁଫଳ ମିଳିନଥିଲା । ଶେଷରେ ଶନିବାର ଦିନ ରାତିରେ ବିବାହିତ ମହିଳାଙ୍କ ସ୍ୱାମୀ ଲକ୍ଷ୍ମୀଙ୍କ ଘରକୁ ଯାଇଥିଲେ । ଘରେ ପୁଅକୁ ନପାଇ ମାଆକୁ ଭୁଜାଲିରେ ଆକ୍ରମଣ କରିଥିଲେ । ଭୁଜାଲି ମାଡ଼ରେ ବିଧବା ମହିଳାଙ୍କ ପିଠି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ମହିଳାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ରହିଛି ।

   Related Posts