ବାସି ଚୁଡା ଓ କଦଳୀ ହେଲା ବିଷ, ଅସୁସ୍ଥ ୮ ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି
5/02/2020 at 5:37 PM

ମୋହନା ୦୫।୦୨: ଝାଡାବାନ୍ତିରେ ଆଠ ଛାତ୍ରୀ ଆକ୍ରାନ୍ତ । ଗଜପତି ଜିଲ୍ଲା ମୋହନା ବ୍ଲକ ଲୁଡ୍ରୁ ସେବାଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ନିକଟସ୍ଥ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି । ତେବେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସେବାଶ୍ରମରେ ଗତ ରବିବାର ଠାରୁ ୧୫ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସେବାଶ୍ରମରେ ପାନୀୟ ଜଳ ଓ ଖାଦ୍ୟର ବ୍ୟବସ୍ଥା ଠିକ୍ ନଥିବା ଅଭିଭାବକମାନେ ବାରମ୍ବାର ଅଭିଯୋଗ କରୁଛନ୍ତି । ଛାତ୍ରୀମାନଙ୍କୁ ବାସୀ ଚୁଡା ଓ କଦଳୀ ଚକଟି ଦିଆଯାଉଥିବା ଏପରି ଆକ୍ରାନ୍ତ ହେଉଥିବା ମୋହନା ମେଡିକାଲର ଜରୁରୀକାଳୀନ ଡାକ୍ତର ସୂଚନା ଦେଇଛନ୍ତି । ମୋହନା ମେଡିକାଲରେ ଚିକିତ୍ସାଧୀନ ଥିବା ଛଅଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି ।
