ତାସ ଖେଳରୁ ସର୍ବନାଶ: ବୃଦ୍ଧଙ୍କ ଉପରକୁ ଶିଳପୁଆ ଫିଙ୍ଗିଲା ନାବାଳକ, ଘଟଣାସ୍ଥଳରେ ଟଳି ପଡିଲେ ରବୀନ୍ଦ୍ର
3/01/2021 at 5:19 PM

ଭଦ୍ରକ୩/୧: ତାସ ଖେଳ ସମୟରେ ବିଭତ୍ସ ହତ୍ୟା। ନାବାଳକର ଶିଳପୁଆ ମାଡରେ ବୃଦ୍ଧଙ୍କ ମୃତ୍ୟୁ। ମୃତ ବ୍ୟକ୍ତି ହେଲେ ଦୋଳସାହି ଅଞ୍ଚଳର ରବୀନ୍ଦ୍ର ଖୁଣ୍ଟିଆ। ମିଳିଥିବା ସୂଚନା ମୁତାବକ, ତିହିଡି ଥାନା ଦୋଳସାହି ଗ୍ରାମରେ ତାସ ଖେଳ ଚାଲିଥିଲା। ଏହି ତାସ ଖେଳକୁ ନେଇ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଏପରି କି ୨ ଜଣ ଯୁକ୍ତିତର୍କ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଉଭୟଙ୍କ ମଧ୍ୟରେ ମାରପିଟ୍ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା। ଏହି ଘଟଣାରେ ନାବାଳକ ଜଣଙ୍କ ରାଗରେ ଏକ ଶିଳପୁଆରେ ରବିନ୍ଦ୍ରଙ୍କୁ ଆକ୍ରମଣ କରିଥିଲା। ଏହାପରେ ଘଟଣାସ୍ଥଳରେ ରବିନ୍ଦ୍ର ଟଳି ପଡିଥିଲେ। ରବିନ୍ଦ୍ରଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ନାବାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ବର୍ତ୍ତମାନ ତିହିଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।