ପୂଜା କମିଟି ସଭାପତିଙ୍କୁ ଛୁରାମାଡ଼, କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 13, 2021 IST

ବ୍ରହ୍ମପୁର ୧୩।୧୦: ଦୁର୍ଗା ମେଢ ନିକଟରେ ଛୁରା ମାଡ ହୋଇଛି । ଏହି ଛୁରାମାଡ଼ରେ ପୂଜା କମିଟି ସଭାପତି ସନ୍ତୋଷ ଦାଶ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ବିରଧନଜୟପୁର ସାହି ଦୁର୍ଗା ମେଢ ନିକଟରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଗତରାତିରେ ମାଙ୍କ ପୂଜା ଚାଲିଥିବା ବେଳେ ଖୋଦ୍‌ ପୂଜା କମିଟି ସଭାପତିଙ୍କୁ ଛୁରାମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ପ୍ରଥମେ  ତାଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଆହାତ ହୋଇଥିବା ପୂଜା କମିଟି ସଭାପତି ସନ୍ତୋଷ ଦାଶ ବୋଲି ଜଣାପଡିଥିବା ବେଳେ ଛୁରା ମାଡର ଅସଲ କାରଣ ଏବେ ବି ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.