Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମଦଭାଟି ଆଗରେ ଖାଇଲେ କଟୁରୀ ଚୋଟ, ଜଣେ ଗୁରୁତର

27/10/2021 at 12:06 PM

ସାଲେପୁର ୨୭।୧୦: ମଦଭାଟି ଆଗରେ ଗଣ୍ଡଗୋଳ । ମଦ ପିଇବାକୁ କେନ୍ଦ୍ର କରି ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ । ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ କେନ୍ଦ୍ରାପଡ଼ା ଅଞ୍ଚଳର ରାଜୁ ନାୟକ ବୋଲି ଜଣାପଡିଛି । କଟକ ଜିଲ୍ଲା ସାଲେପୁର ଥାନା ସମ୍ମୁଖରେ ଘଟିଛି ଘଟଣା ।

ଖବର ଅନୁଯାୟୀ,  ରାଜୁ ଦୀର୍ଘଦିନ ହେବ ସାଲେପୁର ଥାନା ଲୁଣାହାର ଗାଁ କେନାଲ ବନ୍ଧରେ ରହି ଶ୍ରମିକ ଭାବେ କାମ କରିଆସୁଥିଲେ । ଆଜି ସେ ସକାଳୁ ଦେଶୀ ମଦ ଭାଟିକୁ ମଦ ପିଇବାକୁ ଯାଇଥିବା ବେଳେ ସାଲେପୁର ଥାନା କୋଳଣପୁର ଗାଁର କୁଶା ବେହେରାଙ୍କ ସହିତ  ଝଗଡ଼ା ହୋଇଥିଲା। କୁଶା ବେହେରା ରାଗି ଯାଏ ଏକ କଟୁରିରେ ରାଜୁଙ୍କ ବେକକୁ ଚୋଟ ମାରିଥିଲେ। ରାଜୁ କଟୁରି ଚୋଟରେ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସାଲେପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସାପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts