ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ବାପ-ପୁଅ, ନିଛାଟିଆ ରାସ୍ତାରେ ଭୁଜାଲିରେ ଆକ୍ରମଣ କଲେ ଦୁର୍ବୃତ୍ତ

Published By : Prameya-News7 Bureau | April 14, 2021 IST

ରାଇରଙ୍ଗପୁର ୧୪।୦୪: ଭୁଜାଲିରେ ହାଣି ଲୁଟ୍‌ ଉଦ୍ୟମ । ଅଳ୍ପକେ ବର୍ତ୍ତିଗଲେ ବାପ-ପୁଅ ।  ଉଭୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଦଲକି ଛକ ନିକଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":438213,"width":713,"height":519,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ରାଇରଙ୍ଗପୁର ସହରର ରମେଶ ଶର୍ମା ଓ ତାଙ୍କୁ କିଶା ଶର୍ମା ଜଶିପୁର ଧୋବାଡିହା ଠାରେ ଥିବା ତେଜରାତି ଦୋକାନ ବନ୍ଦ କରି ବାଇକ ଯୋଗେ ଘରକୁ ଫେରୁଥିଲେ । ଦଲକି ଛକ ନିକଟରେ ୨ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇ ଭୁଜାଲିରେ ଆକ୍ରମଣ କରିଥିଲେ । କିନ୍ତୁ ରମେଶଙ୍କ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ଗାଡିକୁ ଦ୍ରୁତ ଗତିରେ ନେଇଯାଇଥିଲା ।

{"id":438215,"sizeSlug":"large","linkDestination":"none"}

ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଗାଡି ପଛରେ ବସିଥିବା ପୁଅ କିଶାନ ଶର୍ମା ଆହତ ହୋଇଛନ୍ତି । ଉଭୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.