Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ସଂପର୍କୀୟ ସାଜିଲେ ବଇରୀ, ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ମାଡ଼ ସହ ବ୍ଲେଡ୍‌ରେ ଆକ୍ରମଣ

25/01/2021 at 8:05 AM

ଯାଜପୁର ୨୫।୦୧ : ଜମିବାଡ଼ି ବିବାଦକୁ ନେଇ ସୀମା ଲଙ୍ଘିଲେ ପରିବାର ଲୋକେ । ସ୍ୱାମୀର ଅନୁପସ୍ଥିତିରେ ସ୍ତ୍ରୀକୁ ମାଡ଼ ମାରିବା ସହ ବ୍ଲେଡ଼ରେ ଶରୀରର ବିଭିନ୍ନ ଅଂଶକୁ କାଟି ଲହୁ ଲୁହାଣ କରିଛନ୍ତି ସଂପର୍କୀୟ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ ବେଲପାଳ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ବେଲପାଳ ଗାଁର ସନ୍ଧ୍ୟାରାଣୀ ରାଉତଙ୍କୁ ନିଜ ଦେଢ଼ଶୁର, ଦିଅର ଏବଂ ଯାଆ ମାନେ ଆକ୍ରମଣ କରି ଲହୁଲୁହାଣ କରିଦେବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ପୂର୍ବରୁ ଜମିବାଡି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା ।

ସଂଧ୍ୟାରାଣୀଙ୍କ ସ୍ୱାମୀ କଲିକତାରେ ରୁହନ୍ତି । ତେବେ ରବିବାର ଦିନ ଏହାର ସୁଯୋଗ ନେଇ ସନ୍ଧ୍ୟାରାଣୀଙ୍କ ଦେଢ଼ଶୁର ରମେଶ ରାଉତ,  ଭାଇ ରାଜେଶ ରାଉତ ଏବଂ ସେମାନଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ଉପରେ ଆକ୍ରମଣ କରି ଘରୁ ବାହାରିଯିବାକୁ ଧମକ ଦେଇଥିଲେ ।

ଘରେ ନିଜ ସ୍ୱାମୀ ନଥିବା କହିବା ପରେ ବି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲା । ଏପରିକି ସଂଧ୍ୟାରାଣୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ବ୍ଲେଡ୍‌ରେ ଆକ୍ରମଣ କରିଥିଲେ । ଏନେଇ ପଡୋଶୀମାନେ ଜାଣିବାକୁ ପାଇଥିଲେ । ପଡୋଶୀଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସେପଟେ ଏନେଇ ସେ ଥାନାରେ ଅଭିଯୋଗ କରି ନ୍ୟାୟର ଭିକ୍ଷା ମାଗିଛନ୍ତି । ଘଟଣାର ମୁଖ୍ୟ କୁହାଯାଉଥିବା ରମେଶ ରାଉତ କଲ୍ୟାଣପୁର ପଞ୍ଚାୟତର ସମିତି ସଭ୍ୟ ଫେରାର ଥିବା ଜଣାପଡିଛି  ।

   Related Posts