ସମ୍ପତ୍ତି ଆଗରେ ଫିକା ପଡିଲା ସ୍ନେହ, ପୁଅର ମରଣାନ୍ତକ ଆକ୍ରମଣରେ ବାପା ଗୁରୁତର

Published By : Prameya-News7 Bureau | November 15, 2021 IST

ଭୁବନେଶ୍ୱର ୧୫।୧୧: ସମ୍ପତ୍ତି ନିଶା ହେଲା କାଳ । ଭୁଲିଗଲା ବାପାର ସ୍ନେହ । ସମ୍ପତ୍ତି ପାଇଁ ବାପାରଙ୍କୁ ମକଣାତ୍ମକ ଆକ୍ରମଣ । ଏହି ଆକ୍ରମଣରେ ବାପା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବାପାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଧଉଳି ଥାନା ପୋଲିସ ଘଟଣାରେ ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଧଉଳି ଥାନା ଅଞ୍ଚଳରେ ପ୍ରଦୀପ ସାହୁ ନାମକ ପୁଅ ସମ୍ପତ୍ତି ନିଶାରେ ନିଜ ଜନ୍ମ କଲା ବାପାଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ବାପାଙ୍କ ଆଖି, କାନ ଓ ନାକ ଫାଟିଥିବାର ସୂଚନା ମିଳିଛି । ଏନେଇ ଧଉଳି ଥାନାରେ ବାପା ପୂର୍ଣ୍ଣ ଚନ୍ଦ୍ର ସାହୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ଆକ୍ରମଣ କରିଥିବା ଅଭିଯୁକ୍ତ ପୁଅ ପ୍ରଦୀପ ସାହୁ ହୋଇଥିବା ବେଳେ, ସେ ଝାରସୁଡ଼ା ମୁନିସ୍‌ପାଲିଟିରେ କାର୍ଯ୍ୟ କରୁଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.