ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ

Published By : Prameya-News7 Bureau | January 24, 2021 IST

ଭଞ୍ଜନଗର ୨୪।୦୧: ଦାଦାର ଛୁରା ମାଡ଼ରେ ଝିଆରୀ ଆହତ । ୧୨ବର୍ଷ ବୟସ ଝିଆରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗାଁରେ ଘଟିଛି ଘଟଣା ।

{"id":397491,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ବଣପିଲ୍ଲୀ ଗାଁରେ ଘରୋଇ କଳିକୁ ନେଇ ଅଭାବନୀୟ ଘଟଣା ଘଟିଯାଇଛି । ଦାଦାର ଛୁରାମାଡ଼ରେ ୧୨ବର୍ଷର ଝିଆରୀ ଆହତ ହୋଇଛନ୍ତି । ଆହତ ଝିଆରୀ ସନ୍ତୋଷିନୀଙ୍କ ତଣ୍ଟି ଏବଂ ପେଟରେ ଆଘାତ ଲାଗିଛି । ତୁରନ୍ତ ଝିଆରୀଙ୍କୁ ଘଟଣାସ୍ଥଳରେ ଉଦ୍ଧାର କରି ନିକଟସ୍ଥ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.