Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚକଲେଟ୍ ଦେଲା ଶାଗୁଣା, ନାବାଳିକା ମନା କରିବାରୁ ବାପାଙ୍କୁ ମାଡ଼ !

30/01/2021 at 12:08 PM

ଭଦ୍ରକ ୩୦।୦୧: ଝରକା ପଟେ ଚକଲେଟ ଦେଲା ଶାଗୁଆ । ଚକଲେଟ୍‌ ନେବାକୁ ମନାକଲେ ନାବାଳିକା । ଏହାପରେ ନାବାଳିକାଙ୍କ ବାପା ଘଟଣାକୁ ନେଇ ପ୍ରତିବାଦ କରିବାରୁ ଶାଗୁଣା ଓ ପରିବାର ଲୋକ ମିଶି ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଭଦ୍ରକ ଜିଲ୍ଲାରୁ ଧୁସୁରି ଥାନା ବେତାଳି ଗାଁରେ ନିକଟରେ ଘଟିଛି ଏପରି ଘଟଣା । 

ଅଭିଯୋଗ ଅନୁଯାୟୀ, ଗାଁ ନିକଟରେ ଥିବା ସ୍କୁଲରେ ନାବାଳିକା ଜଣଙ୍କ ପାଠ ପଢୁଛନ୍ତି । ସ୍କୁଲ ଯିବା ବେଳେ ଶାଗୁଣା ମଲିକ ନାମକ ଜଣେ ଯୁବକ ନାବାଳିକାଙ୍କୁ ଗେଟ୍‌ ନିକଟରେ ଅପେକ୍ଷା କରିଥିଲେ । ଏହାପରେ ନାବାଳିକା କୋଚିଂ ସେଣ୍ଟେର ଯିବା ପରେ ଶାଗୁଣା ତାଙ୍କୁ ଝରକା ପଟେ ଚକଲେଟ ଦେଇଥିଲା । ନାବାଳିକାଜଣଙ୍କ ନେବାକୁ ମନା କରିଦେଇଥିଲା ।  ଚକଲେଟ ନନେବାରୁ ନାବାଳିକାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ ଶାଗୁଣା ।

ନାବାଳିକା ଘରକୁ ଆସି ସମସ୍ତ ଘଟଣାସଂପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ । ନାବାଳିକା ଓ ତାଙ୍କ ବାପା ଶାଗୁଣାକୁ ଘଟଣାସଂପର୍କରେ ପଚାରିଥିଲେ । କିନ୍ତୁ ଶାଗୁଣା ଓ ତାର ପରିବାର ଲୋକେ ମିଳିତ ଭାବେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଧୁସୁରି ଥାନାରେ ଏନେଇ ଅଭିଯୋଗ ପରେ ଅଭିଯୁକ୍ତ ଶାଗୁଣାକୁ ଅଟକ ରଖିଥିବା ସୂଚନା ରହିଛି ।

   Related Posts