Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଦାଦା ବଟି ପାଇଁ ମରଣାନ୍ତକ ଆକ୍ରମଣ, ଭାଇ-ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

18/10/2020 at 10:39 AM

ବ୍ରହ୍ମପୁର ୧୮।୧୦: ବ୍ରହ୍ମପୁରରେ ଦାଦା ବଟି ପାଇଁ ମରଣାନ୍ତକ ଆକ୍ରମଣ। ବଟି ନ ଦେବାରୁ ଭାଇ ଭଉଣୀଙ୍କୁ ହାଣିଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ବ୍ରହ୍ମପୁର ବଡ଼ ବଜାର ଥାନା ଲକ୍ଷ୍ମୀ ନୃସିଂହ ତୃତୀୟ ଲାଇନରେ।

ଦାଦାବଟି ନ ଦେବାରୁ ଭାଇ ଭଉଣୀ ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଉଭୟ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି। ଆହତ ଦୁଇ ଜଣ ହେଲେ କାଳିଆ ପାତ୍ର ଓ ତାଙ୍କ ଭଉଣୀ। କାଳିଆ ଜଣେ ଛୋଟ ବ୍ୟବସାୟୀ। ଗତକାଲି ମଧ୍ୟାହ୍ନରେ ସେମାନେ କାଳିଆ ଘର ନିକଟରେ ଥିବା ବେଳେ ଦୁଇଟି ବାଇକରେ ଆସିଥିଲେ ୫ ଜଣ ଯୁବକ। ମାଉଜର ଦେଖାଇ ବାଇକରେ ବସିବାକୁ କହିଥିଲେ କାଳିଆକୁ। କାଳିଆ ମନା କରିବାରୁ ଖଣ୍ଡା ବାହାର କରି ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ଭଉଣୀ ଦେଖି କାଳିଆଙ୍କୁ ରକ୍ଷା କରିବାକୁ ଯିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ବି ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।

   Related Posts