ଜାପାନ ସରକାରଙ୍କ ଘୋଷଣା, ଯୁବରାଜ ଅକିସିନୋ ରାଜସିଂହାସନର ପରବର୍ତ୍ତୀ ଉତ୍ତରାଧିକାରୀ

Published By : Prameya-News7 Bureau | November 10, 2020 IST

ଟୋକିଓ, ୧୦।୧୧:     ଜାପାନର ରାଜକୁମାର ଅକିସିନୋ ଔପଚାରିକ ଭାବେ ଜାପାନ ସିଂହାସନର ଉତ୍ତରାଧିକାରୀ ଘୋଷିତ କରାଯାଇଛି । ସେ ସମ୍ରାଟ  ନାରୁହିତୋଙ୍କ ସାନ ଭାଇ ଅଟନ୍ତି । ପିତାଙ୍କ ପଦତ୍ୟାଗ ପରେ ସେ ଗତ ବର୍ଷ ହିଁ ଦେଶର ରାଜା ହୋଇଥିଲେ । ଅକିସିନୋଙ୍କୁ ଔପଚାରିକ ଭାବେ କ୍ରାଉନ ପ୍ରିନ୍ସ ବା ଯୁବରାଜ ଘୋଷିତ କରିବା ସମୟରେ ଦିନ ସାରା ସାହୀ ନିବାସ ବା ଇମ୍ବାରିଆଲ ପ୍ୟାଲେସରେ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମ୍ରାଟ ଓ ମହାରାଣୀଙ୍କ ବ୍ୟତୀତ ସାହୀ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

୫୪ ବର୍ଷୀୟ ଅକିସିନୋ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିଙ୍କୁ କହିଥିଲେ ଯେ, ସେ କ୍ରାଉନ ପ୍ରିନ୍ସ ବା ଯୁବରାଜଙ୍କ ଦାୟିତ୍ୱକୁ ଭଲ ଭାବେ ବୁଝିଛନ୍ତି । ସେ ଅତି ଉତ୍ସାହର ସହ ନିଜ କର୍ତ୍ତବ୍ୟକୁ ନିର୍ବାହନ କରିବେ । ଏହି ସମୟରେ ନାରୁହିତୋ ଅକିସିନୋଙ୍କୁ ତଲବାର ବା ଖଣ୍ଡ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଏପ୍ରିଲ ମାସରେ ହୋଇଥାନ୍ତା । କିନ୍ତୁ କରୋନା ଭାଇରସ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ଏହାପୂର୍ବରୁ ସମ୍ରାଟ ଅକିହିତୋ ରାଜସିଂହାସନ ନିଜ ବଡ ପୁଅ ନାରୁହିତୋଙ୍କୁ ପ୍ରଦାନ କରିଥିଲେ । ସେବେଠାରୁ କ୍ରାଇନ୍ ପ୍ରିନ୍ସଙ୍କ ଗାଦି ଖାଲିଥିଲା । ଅକିସିନୋଙ୍କୁ କ୍ରାଉନ୍ ପ୍ରିନ୍ସ କରିବା ନେଇ ପାରମ୍ପରିକ ପ୍ରକ୍ରିୟା ମେ ମାସଠୁ ଆରମ୍ଭ ହୋଇ ସାରିଥିଲା ।

ନାରୁହିତୋ ସମ୍ରାଟ ହେବା ପରେ ତାଙ୍କର ଉତ୍ତରାଧିକାରୀ ହେବା ତାଲିକାରେ ଦୁଇଟି ନାଁ ଥିଲା । ଏହାମଧ୍ୟରୁ ଗୋଟିଏ ନାଁ ସାନ ଭାଇ ଫୁମିହିତୋ ଓ ଦ୍ୱିତୀୟ ତାଙ୍କର ୧୪ ବର୍ଷୀୟ ପୁତ୍ର ହିସାହିତୋଙ୍କର ଥିଲା । ତେବେ ନାରୁହିତୋଙ୍କୁ ୧୮ ବର୍ଷୀୟ ଝିଅ ଆଇକୋ ଓ ଯୁବରାଜ ଫୁମିହିତୋଙ୍କ ଦୁଇ ଝିଅ ମାକୋ ଓ କାକୋ ସମ୍ରାଟ ହୋଇପାରିବେ ନାହିଁ । କାରଣ ସେମାନେ ମହିଳା ଅଟନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.