ହାତୀ ପ୍ରତି ଗଭୀର ଭଲପାଇବା : ପୁଅକୁ ସମ୍ପତ୍ତିରୁ ବେଦଖଲ୍ କରି ହାତୀ ନାଁରେ ଲେଖିଦେଲେ ୫ କୋଟି ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | June 09, 2020 IST

ପାଟଣା ୦୯/୦୬ : କିଛି ଦିନ ପୂର୍ବରୁ କେରଳରେ ଏକା ଗର୍ଭବତୀ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରି ଖୁଆଇ ହତ୍ୟା ମାମଲାକୁ ବେଶ ଚର୍ଚ୍ଚା ହୋଇଥିଲା | ଘଟଣାକୁ ସାରା ଦେଶ ନିନ୍ଦା କରିଥିଲା | ମନାବଧର୍ମ ଉପରେ ବିଶ୍ୱାସ କରୁଥିବା ଲୋକଙ୍କୁ ଏହି ଘଟଣା ଅତ୍ୟନ୍ତ ମର୍ମାହତ କରିଥିଲା | ମାନବଜାତି ଓ ମାନବିକତା ଉପରେ ଏକା ବଡ ପ୍ରଶ୍ନ ଉଠିଥିଲା | ପାଟଣା ଦାନାପୁର ଅନ୍ତର୍ଗତ ଯାନିପୁରରୁ ହାତୀ ସମ୍ବନ୍ଧୀୟ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମାନବିକତାର ଏକ ବଡ ଉଦାହରଣ | କିଛି ଲୋକେ ହାତୀକୁ ହତ୍ୟା କରି ତାର ଦାନ୍ତ ବିକ୍ରି କରିଥାନ୍ତି | ଅପରପକ୍ଷରେ କିଛି ଲୋକେ ହାତୀକୁ ଭଗବାନ ଭଳି ମାନିଥାନ୍ତି ଓ ତାର ଖୁବ ସେବା ଯତ୍ନ କରିଥାନ୍ତି | ଯାନିପୁରରେ ଜଣେ ବ୍ୟକ୍ତି ହାତୀକୁ ନିଜ ସମ୍ପତ୍ତିର ମାଲିକ କରିଛନ୍ତି | ଯାନିପୁରରେ ରହୁଥିବା ଅଖତର ଇମାମ ନିଜର ଦୁଇଟି ହାତୀକୁ ୫ କୋଟିର ମାଲିକ କରିଦେଇଛନ୍ତି | ସେ କହିଛନ୍ତି ଯେ, ତାଙ୍କ ପୁଅ ଭୁଲ ରାସ୍ତାରେ ଚାଲିଯାଇଛି | ସେଥିପାଇଁ ସେ ନିଜ ପୁଅକୁ ସମ୍ପତ୍ତିରୁ ବେଦଖଲ କରି ଅଧା ସମ୍ପତ୍ତି ପତ୍ନୀ ନାଁରେ ଓ ନିଜ ଭାଗରେ ସମ୍ପତ୍ତି ହାତୀଙ୍କ ନାଁରେ କରିଦେଇଛନ୍ତି | ସେ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଯାଇ ଦୁଇ ହାତୀଙ୍କ ନାଁରେ ସମସ୍ତ ଦସ୍ତାବେଜ ପ୍ରସ୍ତୁତ କରିଦେଇଛନ୍ତି |

{"id":283502,"width":573,"height":388,"sizeSlug":"large"}

ଅଖତର ଇମାମ କହିଛନ୍ତି ଯେ, ଯଦି ତାଙ୍କ ସହିତ କିଛି ଦୁର୍ଘଟଣା ଘଟେ ତାହେଲେ ତାଙ୍କର ସବୁ ସମ୍ପତ୍ତି ଐରାବତ ସଂସ୍ଥାକୁ ଚାଲିଯିବ | ଯାହାଫଳରେ ହାତୀଙ୍କ ସଂରକ୍ଷଣ ପାଇଁ ଓ ତାଙ୍କୁ ଚାଲାଣରୁ ରକ୍ଷା କରାଯାଇପାରିବ | ଅଖତର ଇମାମ ତାଙ୍କର ଦୁଇ ହାତୀଙ୍କ ନାଁ ମଧ୍ୟ ରଖିଛନ୍ତି | ଗୋଟିଏ ହାତୀର ନାଁ ମୋତି ଓ ଅନ୍ୟଟିର ନାଁ ରାଣୀ | ତାଙ୍କ ପାଇଁ ହାତୀ ହିଁ ତାଙ୍କର ପୁରା ପରିବାର | ଇମାମ ଐରାବତ ସଂସ୍ଥାର ମୁଖ୍ୟ ପ୍ରବନ୍ଧକ | ସେ ତାଙ୍କ ପୁରା ଜୀବନକୁ ହାତୀଙ୍କ ପାଇଁ ସମର୍ପିତ କରିଦେଇଛନ୍ତି | ଇମାମ କହିଛନ୍ତି, ଥରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା | ସେତେବେଳେ ହାତୀ ତାଙ୍କୁ ରକ୍ଷା କରିଥିଲା |

{"id":283504,"sizeSlug":"large"}

ଅଖତରଙ୍କ କାହାଣୀ ଟିକିଏ ଭିନ୍ନ | ସେ ଅଭିଯୋଗ କରିଛନ୍ତି ଯେ ସମ୍ପତ୍ତି ଲୋଭରେ ତାଙ୍କ ପୁଅ ନିଜ ପ୍ରେମିକା ଉପରେ ଦୁଷ୍କର୍ମର ମିଛ ଅଭିଯୋଗ କରି ତାଙ୍କୁ ଜେଲକୁ ପଠାଇ ଦେଇଥିଲା | କିନ୍ତୁ ଯାଞ୍ଚରେ ତାହା ଭୁଲ ପ୍ରମାଣିତ ହୋଇଥିଲା | ସେ ଆହୁରି କହିଛନ୍ତି ଯେ, ତାଙ୍କ ପୁଅ ପଶୁ ଚାଲାଣକାରୀଙ୍କ ସହ ମିଶି ହାତୀକୁ ବିକ୍ରି କରିବାକୁ ମଧ୍ୟ ଚେଷ୍ଟା କରିଥିଲା କିନ୍ତୁ ଧରାପଡିଥିଲା | ସେଥିପାଇଁ ସେ ନିଜର ସବୁ ସମ୍ପତ୍ତି ହାତୀ ନାଁରେ କରି ଦେଇଛନ୍ତି | ଯଦି ତାଙ୍କ ମୃତ୍ୟୁ ପୂର୍ବରୁ ହାତୀର ମୃତ୍ୟୁ ହୁଏ ତାହେଲେ ତାଙ୍କ ପରିବାରର କାହାକୁ ମଧ୍ୟ କିଛି ମିଳିବ ନାହିଁ |

{"id":283507,"sizeSlug":"large"}

ଯାନିପୁର ବାସିନ୍ଦା ୫୦ ବର୍ଷ ବୟସ୍କ ଅଖତର ଇମାମ ଗତ ୧୦ ବର୍ଷ ହେଲା ନିଜ ପତ୍ନୀ ଓ ପୁଅ-ଝିଅ ଠାରୁ ଅଲଗା ରହୁଛନ୍ତି | ସେ ୧୨ ବର୍ଷ ବୟସରୁ ହାତୀଙ୍କ ସେବା କରୁଛନ୍ତି | ପାରିବାରିକ ବିବାଦ ଯୋଗୁଁ ୧୦ ବର୍ଷ ପୂର୍ବରୁ ତାଙ୍କ ପତ୍ନୀ ଦୁଇ ପୁଅ ଓ ଝିଅକୁ ନେଇ ଘରୁ ଚାଲିଯାଇଥିଲେ | ତାଙ୍କ ବଡ ପୁଅ ଭୁଲ ରାସ୍ତାରେ ଯାଉଥିବା ଦେଖି ସେ ତାକୁ ସମ୍ପତ୍ତିରୁ ବେଦଖଲ କରିଥିଲେ | କିନ୍ତୁ ପତ୍ନୀ ନାଁରେ ସେ ଅଧା ସମ୍ପତ୍ତି ଲେଖି ଦେଇଛନ୍ତି | ନିଜ ଭାଗର ପାଖାପାଖି ୫ କୋଟି ଟଙ୍କା ଦୁଇ ହାତୀ ନାଁରେ କରିଦେଇଛନ୍ତି | ଏହି ଦୁଇ ହାତୀଙ୍କ ମୃତ୍ୟୁ ପରେ ସବୁ ସମ୍ପତ୍ତି ଐରାବତ ସଂସ୍ଥାକୁ ଚାଲିଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.