ଅଖିଳେଶ ଯାଦବ କରୋନା ପଜିଟିଭ୍‌, ନିଜେ ଟ୍ୱିଟ୍‌ କରି ଦେଲେ ସୂଚନା

Published By : Prameya-News7 Bureau | April 14, 2021 IST

ଲକ୍ଷ୍ନୌ ୧୪।୦୪: ସମାଜବାଦି ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କରୋନା ପଜିଟିଭ୍‌ । ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଏହାବ୍ୟତୀତ ତାଙ୍କ ସଂସ୍ପର୍ଶ ଆସିଥିବା ଲୋକମାନଙ୍କୁ ଆଇସୋଲେସ୍‌ରେ ରହିବା ସହିତ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।

wp:html /wp:html

ଅଖିଳେଶ ଯାଦବ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୋର କରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ଆଜି ପଜିଟିଭ୍‌ ଆସିଛି । ମୁଁ ଘରେ ନିଜକୁ ଆଇସୋଲେଟ୍‌ କରିଛି । ଘରେ ମଧ୍ୟ ଚିକିତ୍ସା ଜାରି ରହିବ । ତେବେ ଗତ କିଛି ଦିନ ଭିତରେ ଯେକୌଣସି ବ୍ୟକ୍ତି ମୋ ସଂପର୍କରେ ଆସିଛନ୍ତି । ସେମାନେ ଆଇସୋଲେସନରେ ରୁହନ୍ତୁ । ଏହାବ୍ୟତୀତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇନେବାକୁ ଅନୁରୋଧ କରିଛନ୍ତି ।

ସେପଟେ ଯୋଗୀ ସରକାରଙ୍କ ନଗର ବିକାଶ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଉତ୍ତରପ୍ରଦେଶରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ମଙ୍ଗଳବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି । ପ୍ରଦେଶରେ ୧୮,୦୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.