Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଅଖିଳେଶଙ୍କ ଘୋଷଣା, ଉତ୍ତର ପ୍ରଦେଶ ନିର୍ବାଚନରେ କୌଣସି ବଡ ଦଳ ସହ ମେଣ୍ଟ କରିବ ନାହିଁ ସମାଜବାଦୀ ପାର୍ଟି

14/11/2020 at 7:32 PM

ଲକ୍ଷ୍ନୌ ୧୪।୧୧: ବିହାର ନିର୍ବାଚନରୁ ଉଚିତ୍ ଶିକ୍ଷା ନେଇ ସମାଜବାଦୀ ପାର୍ଟି(ଏସପି)ର ସଭାପତି ଅଖିଳେଶ ଯାଦବ ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଏବେଠୁ ରଣନୀତି ପ୍ରସ୍ତୁତ କରିବା ଉପରେ କାମ ଆରମ୍ଭ କରି ଦେଇଛନ୍ତି। ସେ ନିଜର କକା ଶିବପାଲ ସିଂହ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ମିଶିକି ନିର୍ବାଚନ ଲଢୁ ଏବଂ ଯୋଜନା ଅନୁସାରେ ସବୁ କିଛି ଠିକ୍ ରହେ ତେବେ କକା ଶିବପାଲଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବୁ।

ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି,  ନିର୍ବାଚନରେ ସମସ୍ତ ଛୋଟ ପାର୍ଟିକୁ ସାଙ୍ଗରେ ନେବାକୁ ଚେଷ୍ଟା କରାଯିବ। ସେ ସ୍ପଷ୍ଟ କରିଛନ୍ତି ଯେ, ୟୁପି ନିର୍ବାଚନ ପାଇଁ ବିଏସପି ସମେତ କୌଣସି ବଡ ପାର୍ଟି ସହ ମେଣ୍ଟ କରିବେ ନାହିଁ।

ଉଲ୍ଲେଖନୀୟ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି କଂଗ୍ରେସ ସହ ମିଶି ନିର୍ବାଚନ ଲଢିଥିଲା। ଏହା ପରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ନିକଟରେ କଂଗ୍ରେସ ଆରଜେଡି ସହିତ ମିଶି ବିହାର ବିଧାନସଭା ନିର୍ବାଚନ ଲଢିଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଏହାକୁ ନେଇ ମେଣ୍ଟରେ କଂଗ୍ରେସର ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି ଯେ, ୟୁପି ନିର୍ବାଚନରେ ଏସପି ଆଉ କୌଣସି ବଡ ସହିତ ମିଶି ନିର୍ବାଚନ ଲଢିବ ନାହିଁ କି ମେଣ୍ଟ କରିବ ନାହିଁ।             

ଶିବପାଲ ଯାଦବଙ୍କ ପାର୍ଟି ସହ ମେଣ୍ଟ କରିବା ନେଇ ଅଖିଳେଶ କହିଛନ୍ତି, ତାଙ୍କ ପାର୍ଟି ସହ ଖାପ ଖୁଆଇବାକୁ ପଡିବ। ଯଶବନ୍ତପୁର ଶିବପାଲଙ୍କ ଆସନ। ସମାଜବାଦୀ ପାର୍ଟି ସେହି ସିଟ୍ ତାଙ୍କୁ ଛାଡିବାକୁ ପ୍ରସ୍ତୁତ। ମିଶିକି ସରକାର ଗଢିଲେ ତାଙ୍କ ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ଦେବୁ। 

ୟୁପିରେ ହୋଇଥିବା ଉପ ନିର୍ବାଚନରେ ଏସପିର ପରାଜୟ ଉପରେ ଅଖିଳେଶ କହିଛନ୍ତି, ଆମେ ହାରି ନାହୁଁ। ଯେବେ ନିର୍ବାଚନ ସେଠାକାର ଡିଏମ, ଏସପି, ସିଓ ଓ ସିପାହୀ ଲଢିବେ ତେବେ କିଏ ଜିତିବ ? ସେଠାରେ ନିର୍ବାଚନ ବିଜେପି ଲଢୁନି। ତାଙ୍କ ସରକାରରେ ଯେତେ ବି ଅଧିକାରୀ ଅଛନ୍ତି ସେମାନେ ନିର୍ବାଚନ ଲଢୁଛନ୍ତି।

   Related Posts