ବିଜେପି ନେତାଙ୍କୁ ଡରୁଛନ୍ତି ଅଖିଳେଶ ଯାଦବ, ସଭାସମିତିରେ କହୁଛନ୍ତି ତାଙ୍କ ଜୀବନପ୍ରତି ରହିଛି ବିପଦ

Published By : Prameya-News7 Bureau | February 16, 2020 IST

କନୌଜ ୧୬।୨:  ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବିଜେପି ନେତାଙ୍କୁ ଡରୁଛନ୍ତି। ସେ ନିଜେ ଏହି କଥା କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ଅଖିଳେଶ କନୌଜରେ ଅନୁଷ୍ଠିତ ଏକ ମହିଳା ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ବିଜେପି ନେତାଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ମଧ୍ୟ କରିଛନ୍ତି।

{"id":225187,"sizeSlug":"large"}

ନିକଟରେ ଅଖିଳେଶ ବେରୋଜଗାରୀକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ବେଳେ ଜଣେ ଯୁବକ ତାଙ୍କୁ ବାଧା ଦେଇଥିଲେ ଓ ପଚାରିଥିଲେ ଯଦି ତୁମେ ସରକାରକୁ ଆସ ଏ ନେଇ ତୁମର କଣ ପ୍ରସ୍ତାବ ରହିଛି। ତେବେ ଅଖିଳେଶ ଶୁଣି ପାରିଲିନି କହି ତାଙ୍କୁ ପାଖକୁ ଡାକିବାରୁ ସେ ଜୋରରେ ଜୟ ଶ୍ରୀରାମ ଚିତ୍କାର କରିଥିଲେ। ଏଥିରେ ଅଖିଳେଶ ହଡବଡେଇ ଯିବା ସହ ତଲଗ୍ରାମ ଥାନା ଅଧିକାରୀ ରାଜା ଦିନେଶ ସିଂହକୁ ଯୁବକଙ୍କୁ ତାଙ୍କ ନିକଟକୁ ଆଣିବାକୁ କହିବା ସହ ତାଙ୍କର ବିସ୍ତୃତ ବିବରଣୀ ଦେବାକୁ କହିଥିଲେ। ଯେଉଁଥିରେ ଯୁବକର ନାମ, ପିତାଙ୍କ ନାମ ତାଙ୍କ ଗ୍ରାମ ଆଦି ସମ୍ପର୍କରେ ପୋଲିସଠୁ ସୂଚନା ମାଗିଥିଲେ।

{"id":225188,"sizeSlug":"large"}

ଘଟଣାରେ ସେ ଏତେ ହ଼ଡବଡେଇ ଯାଇଥିଲେ ଯେ  ତାଙ୍କୁ ଜଣେ ବିଜେପି ନେତା ଧମକାଉଥିବାର ସେ ଖୋଲାଖୋଲି କହିପକାଇଥିଲେ। ଏହି ଭୟ ଯୋଗୁ ଏବେ ତାଙ୍କର ପ୍ରାୟ ସଭା ଭଣ୍ଡୁର ହେଉଛି। ଗ୍ୟାସ୍ ଦର ଓ ବଜାରରେ ଅତ୍ୟାବସକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ମହିଳା ସମ୍ମିଳନୀ ଆୟୋଜନ କରାଯାଇଥିବା ବେଳେ ଅଖିଳେଶ ବିଜେପି ନେତାଙ୍କ ଧମକ କଥା ଉଠାଇ ଜୟ ଶ୍ରୀରାମ ଧ୍ୱନୀ ଦେଇଥିବା ଯୁବକର କିପରି ମୁକାବିଲା କଲେ ତାର ବିବରଣୀ ରଖିବାରେ ଲାଗିଥିଲେ। ଫଳରେ ମହିଳା ସମ୍ମିଳନୀର ଅସଲ ଉଦ୍ଦେଶ୍ୟ ଭଣ୍ଡୁର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.