UPକୁ ଯୋଗୀ ନୁହେଁ ‘ଯୋଗ୍ୟ ସରକାର’ ଦରକାର, ଅଖିଳେଶ କହିଲେ ନିର୍ବାଚନରେ ଜିତିକି ଅଛି ‘ସପା’

Published By : Prameya-News7 Bureau | October 17, 2021 IST

ଲକ୍ଷ୍ନୌ ୧୭।୧୦: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ଏଥିରେ ସମାଜବାଦୀ ପାର୍ଟି (ସପା) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କ ଦଳ ନିର୍ବାଚନରେ ଜିତିକି ଅଛି ବୋଲି ରବିବାର କହିଛନ୍ତି। ଲକ୍ଷ୍ନୌସ୍ଥିତ ପାର୍ଟି କାର୍ଯ୍ୟାଳୟରେ ବହୁଜନ ସମାଜ ପାର୍ଟି (ବସପା)ର ପୂର୍ବତନ ଅଧ୍ୟକ୍ଷ ଆର.ଏସ.କୁଶୱାହ, ସଂଯୁକ୍ତ କର୍ମଚାରୀ ପରିଷଦ ନେତା ହରିକିଶୋର ତିୱାରୀ ଓ ମୁଜଫରପୁରର ପୂର୍ବତନ ସାଂସଦ କାଦିର ରାଣା ଏବଂ ତାଙ୍କ ସମର୍ଥକଙ୍କୁ ଦଳରେ ସାମିଲ କରିବା ବେଳେ ସେ ଏହା କହିଛନ୍ତି।

wp:embed {"url":"https://twitter.com/ANINewsUP/status/1449661149599854594","type":"rich","providerNameSlug":"twitter","responsive":true}
https://twitter.com/ANINewsUP/status/1449661149599854594
/wp:embed

ସେ କହିଛନ୍ତି ଯେ ଉତ୍ତରପ୍ରଦେଶକୁ ଯୋଗୀ ନୁହେଁ ଯୋଗ୍ୟ ସରକାରର ଆବଶ୍ୟକତା ଅଛି। ଯେତେବେଳେ କେନ୍ଦ୍ରରେ ମୋଦି ସରକାର ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିୟନରେ ପହଞ୍ଚାଇବାକୁ ଘୋଷଣା କଲେ ସେତେବେଳେ ରାଜ୍ୟର ଯୋଗୀ ସରକାର କହିଲେ ୟୁପି ଅର୍ଥବ୍ୟବସ୍ଥା ୧ ଟ୍ରିଲିୟନକୁପହଞ୍ଚିବ। ଦେଖିବାକୁ ବେଳକୁ ଭାରତ ଭୋକ ସୂଚକାଙ୍କରେ ପାକିସ୍ତାନ, ନେପାଳ ଓ ବାଂଲାଦେଶ ପଛକୁ ଚାଲିଗଲାଣି। ଦେଶର ଅପପୁଷ୍ଟି ଶିକାର ଶିଶୁଙ୍କ ସଂଖ୍ୟା ୟୁପିରେ ସର୍ବାଧିକ। ଏଥିରୁ ବିଜେପି କେଉଁ ଭଳି କାମ କରିଛି ଲୋକେ ଜାଣିସାରିଲେଣି ବୋଲି ଅଖିଳେଶ କହିଛନ୍ତି।

ସେ କହିଛନ୍ତି ଯେ ରାଜ୍ୟରେ ତାଙ୍କ ପାର୍ଟି ଆଗାମୀ ସରକାର ଗଢିବା ନିଶ୍ଚିତ। ପାର୍ଟିର ପ୍ରାର୍ଥୀମାନେ ୩୦୦ଟି ଆସନରେ ନିଶ୍ଚିତ ଜିତୁଥିବାର ସେ କହିଛନ୍ତି। ନିର୍ବାଚନ ବିଜୟର ସମୀକରଣ ମଧ୍ୟ ସପା ନେତା ଗାଣିତିକ ବୁଝାଇଦେଇଛନ୍ତି। ଏଥିରେ ବିଧାନସଭାରେ ସପାର ଏବେ ୫୦ ଜଣ ବିଧାୟକ ଥିବା କହିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ଦେଢଶହ ବିଧାୟକଙ୍କ ଟିକେଟ କାଟିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ସେପଟେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ୧୦୦ଜଣ ବିଧାୟକ ବିଧାନସଭାରେ ଯୋଗୀଙ୍କ ବିରୋଧରେ ଧାରଣା ଦେଇଥିଲେ। ଏଥିରୁ ସପା ନିର୍ବାଚନରେ ୩୦୦ ସିଟ୍‌ ପାର କରିଯାଉଥିବା  କୁହାଯାଇପାରେ ବୋଲି କହିଛନ୍ତି।

କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର କେବଳ ନାମବଦଳାଇବା, ରଙ୍ଗ ବଦଳାଇବା, ନେମପ୍ଲେଟ ବଦଳାଇବା, ଷ୍ଟୁଲ ଉପରେ ବସାଇବା, ହୋର୍ଡିଂ ଲଗାଇବା, ଗଙ୍ଗାଜଳ ସିଞ୍ଚିବା, ଗାଡି ମଡେଇବା ଓ ଫଟୋ ହଟାଇବା ଛଡା ଗତ ଦିନମାନଙ୍କରେ କରିଛନ୍ତି କ’ଣ? ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି।   ଅପମିଶ୍ରଣକାରୀ, ମିଥ୍ୟାପ୍ରତିଶ୍ରୁତି ପ୍ରଦାନକାରୀ, ଧୁଆଁ ଉଡାଉଥିବା, ଟାୟାର ଚଢାଉଥିବା ଲୋକଙ୍କୁ ଜନତା ଭଲ ରୂପେ ଜାଣିଗଲେଣି। ଦେଶରେ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ଯୋଗୁ ଲୋକେ ସବୁ ଜିନିଷ ଏବେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏଣୁ ସରକାରଙ୍କୁ ଲୋକଙ୍କ ପ୍ରଶ୍ନର ଜବାବ ଦେବା ଦରକାର ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.