ଅଖିଳେଶ କହିଲେ- ଚୀନ ମାମଲାରେ କଂଗ୍ରେସ କରିଥିବା ଭୁଲ ବିଜେପି ନ କରୁ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୦୯: ଏଲଏସିରେ ଭାରତ-ଚୀନ ଉତ୍ତେଜନା ଭିତରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲାଣି। ଏହି କ୍ରମରେ ରାଜନୈତିକ ଦଳ ମାନଙ୍କର ଚୀନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ଜୋର ଧରିଛି। ସମାଜବାଦୀ ପାର୍ଟିର କହିବା କଥା ଭାରତ ସରକାର ୧୯୬୨ର ଭୁଲକୁ ନ ଦୋହରାନ୍ତୁ। ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଚୀନ ପ୍ରସଙ୍ଗରେ ସମାଜବାଦୀ ପାର୍ଟିର କଥା ପୂରା ସ୍ପଷ୍ଟ। ବିଜେପିକୁ କଂଗ୍ରେସ ଭଳି ଭୁଲ୍ ଦୋହରାଇବା କଥା ନୁହେଁ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟସଭାରେ ଚୀନ ପ୍ରସଙ୍ଗ ଉଠାଇ ବହୁତ କଛି କହିଛନ୍ତି। ତାଙ୍କ ମତରେ ଭାରତ ଶାନ୍ତିପୂଣ୍ର୍ଣ ତରିକାରେ ସୀମା ପ୍ରସଙ୍ଗ ସମାଧାନ କରିବା ଦିଗରେ ପ୍ରତିବଦ୍ଧ ଅଛି। ପଡୋଶୀ ଦେଶକୁ କୁହାଯାଇଛି ଯେ ଯଥାସ୍ଥିତିରେ ଏକତରଫା ପରିବର୍ତନର କୌଣସି ପ୍ରୟାସକୁ ସ୍ବୀକାର କରାଯିବ ନାହିଁ। ପୂର୍ବ ଲଦାଖରେ ଚାଲେଞ୍ଜକୁ ସାମ୍ନା କରୁଥିବା ସେ କହିଛନ୍ତି। ଏହା ସହ ଏଲଏସିରେ ଯଦି ବିବାଦ ଜାରି ରହିବ ତେବେ ସମ୍ପର୍କ ଆଗକୁ କେବେ ମଧୁର ହୋଇ ପାରିବ ନାହିଁ।

ଚୀନ ଭାରତର ପ୍ରାୟ ୩୮ ହଜାର ବର୍ଗ କିମି ଜାଗା ଅନଧୀକୃତ ଭାବେ କବଜା କରିଛି। ଏହା ବ୍ୟତୀତ ୧୯୬୩ ଗୋଟିଏ ବାଉଣ୍ଡି୍ର ଏଗ୍ରିମେଣ୍ଟ୍ ମାଧ୍ୟମରେ ପାକିସ୍ତାନ ପିଓକେର ୫୧୮୦ ବର୍ଗ କିଲୋମିଟର ଭାରତୀୟ ଜାଗାକୁ ବେଆଇନ ଭାବେ ଚୀନକୁ ହସ୍ତାନର କରିଥିବା ରାଜନାଥ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.