ଏକ୍ଜିଟ୍ ପୋଲ୍ ସର୍ଭେ ପରେ ମାୟାବତୀଙ୍କୁ ସାକ୍ଷାତ କଲେ ଅଖିଳେଶ ଯାଦବ

Published By : Prameya-News7 Bureau | May 20, 2019 IST

ଲୋକସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ବସପା ସୁପ୍ରିମୋ ମାୟାବତୀ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିଛନ୍ତି । ଉତ୍ତର ପ୍ରଦେଶରେ  ବସପା ଓ ସପା ମିଶି ବିଜେପି ବିରୋଧରେ ନିର୍ବାଚନ ଲଢିଥିଲେ । ଏକ୍ଜିଟ୍ ପୋଲ୍ ସର୍ଭେ ପରେ ବସପା ଓ ସପା ମେଣ୍ଟ ବିଜେପି ସମକ୍ଷ କିମ୍ବା ବିଜେପି ଠାରୁ ଗୋଟିଏ ୨ଟି ଆସନ ଅଧିକ ପାଇବ ବୋଲି ଆକଳନ କରାଯାଉଛି ।

{"id":113885,"width":584,"height":327}

ଆପରପକ୍ଷରେ ଏବିପି ନ୍ୟୁଜ୍ ସର୍ଭେ ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି । ସର୍ଭେ ଅନୁଯାୟୀ ବସପା ଓ ସପା ମେଣ୍ଟକୁ ୫୬ ଆସନ ଏବଂ ବିଜେପିକୁ ୨୨ ଆସନ ମିଳିବ ବୋଲି ଦାବି ହୋଇଛି । ମାୟାବତୀ ଆଜି ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିବା ନେଇ ଚର୍ଚ୍ଚା ହେଉଛି । କେନ୍ଦ୍ରରେ ମହାମେଣ୍ଟ ସରକାର ଗଠନ କସରତ ଜୋର ଧରିଛି । ଶନିବାର ଦିନ ଚନ୍ଦ୍ରବାବୁ ନାଇଡୁ ମାୟାବତୀ ଓ ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ବେଳେ ବସପା ସହାସଚିବ ସତୀଶ ଚନ୍ଦ୍ର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.