'ଛପାକ୍‌' ପାଇଁ ପୂରା ହଲ୍‌ ବୁକ୍‌ କଲେ ଅଖିଳେଶ ଯାଦବ

Published By : Prameya-News7 Bureau | January 10, 2020 IST

ମୁମ୍ୱାଇ୧୦|୧: ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ 'ଛପାକ୍‌' ଆଜି ରିଲିଜ୍‌ ହୋଇଯାଇଛି। ରିଲିଜ ହେବା ପୂର୍ବରୁ ହିଁ ଏହି ଫିଲ୍ମ ବିବାଦରେ ରହିଛି। ଜେଏନ୍‌ୟୁରେ ହୋଇଥିବା ହିଂସାକାଣ୍ଡରେ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ପରେ ଦୀପିକାଙ୍କ ଫିଲ୍ମ 'ଛପାକ୍‌'କୁ ବୟକଟ କରିବା ଚର୍ଚ୍ଚା ଜୋର ଧରିଛି।କିଛି ଜଣ ଫିଲ୍ମକୁ ସପୋର୍ଟ କରୁଛନ୍ତି ତ କିଛି ଫିଲ୍ମ ବିରୋଧରେ କହୁଛନ୍ତି। ଜେଏନ୍‌ୟୁ ଘଟଣାରେ ସାମିଲ ହେବା ପରେ ଫିଲ୍ମ ନେଇ ଅନେକ ସତ ମିଛ ତଥ୍ୟ ସୋସିଆଲ ମିଡିଆରେ ସେୟାର କରାଯାଉଛି।

{"id":209306,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ଫିଲ୍ମରେ ଦୀପିକା ପାଦୁକୋନ୍‌ଙ୍କ ସହ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମେଘ୍ନା ଗୁଲ୍‌ଜାର୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

{"id":209307,"width":581,"height":243,"sizeSlug":"large"}

ଅପରପକ୍ଷରେ ଏହି ଫିଲ୍ମ ଦେଖିବା ପାଇଁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ସିନେମା ହଲ୍‌ ବୁକ୍ କରିଛନ୍ତି। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଫିଲ୍ମ ଦେଖିବାକୁ ଲକ୍ଷ୍ମୌରେ ଏକ ହଲ୍‌ ବୁକ୍‌ କରିଛନ୍ତି। ପାର୍ଟିର ଅଫିସିଆଲ୍‌ ଟ୍ୱିଟର୍ ଆକାଉଣ୍ଟରୁ ଏହି ବିଷୟରେ ଜଣାପଡ଼ିଛି। ଏହି ଫିଲ୍ମକୁ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କଂଗ୍ରେସ ସରକାର ଟ୍ୟାକ୍ସ ଫ୍ରି କରିଛନ୍ତି।

{"id":209308,"sizeSlug":"large"}

ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ ନିଜେ ସୋସିଆଲ ମିଡିଆରେ ଏହି ବିଷୟରେ ଘୋଷଣା କରିଥିଲେ। ଏହା ସହିତ ସେ ଲେଖିଛନ୍ତି ଯେ, ଦୀପିକାଙ୍କ ଅଭିନୀତ ଏହି ଫିଲ୍ମଟି ସମାଜରେ ସମସ୍ତେ ଦେଖିବା ଜରୁରୀ। ଏହି ଫିଲ୍ମରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳାମାନଙ୍କୁ ନେଇ ଏକ ସକାରାତ୍ମକ ବାର୍ତ୍ତା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.