Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୂର ହେବ ଅଖିଳେଶ ଓ ଶିବପାଲଙ୍କ ମଧ୍ୟରେ ଥିବା ତିକ୍ତତା : ପୁଣି ଦଳକୁ ଫେରିପାରନ୍ତି ଚାଚା

29/05/2020 at 2:35 PM

ନୂଆଦିଲ୍ଲୀ ୨୯/୦୫ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେସ ଯାଦବ ଏବଂ ତାଙ୍କ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ଥିବା ତିକ୍ତତା କମ ହୋଇପାରେ | ଶିବପାଲ ଯାଦବଙ୍କ ସଦସ୍ୟତା ରଦ୍ଦ କରିବାକୁ ଅଖିଳେସ ଯାଦବ ଆବେଦନ କରିଥିଲେ | କିନ୍ତୁ ଅଖିଳେସ ଯାଦବ ଏହି ଆବେଦନ ଫେରସ୍ତ ନେବାପରେ ଉଭୟଙ୍କ ସମ୍ପର୍କ ପୁଣି ସୁଧୀରିପାରେ ବୋଲି ଆଶଙ୍କା କରାଯାଉଛି | ଶିବପାଲ ଯାଦବଙ୍କ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସମାଜବାଦୀ ପାର୍ଟିରୁ ଅଲଗା ହୋଇପାରେ | କିନ୍ତୁ ଏ ସମ୍ପର୍କ କୌଣସି ନେତା ଏ ଯାଏଁ କିଛି ବୟାନ ଦେଇନାହାନ୍ତି |  

ଚଳିତ ବର୍ଷ ହୋଲି ଅବସରରେ ସେଫଇରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହ ଯାଦବ ଏବଂ ଅଖିଳେସ ଯାଦବଙ୍କ ସହ ଶିବପାଲ ଯାଦବ ମଧ୍ୟ ସାଙ୍ଗରେ ଥିଲେ | ହୋଲି ମିଳନ କାର୍ଯ୍ୟକ୍ରମରେ ଅଖିଳେସ ଶିବପାଲଙ୍କ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ | ସେହିଦିନ ଠାରୁ ଆଶଙ୍କା କରାଯାଉଛି ଯେ ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ସୁଧୁରିପାରେ | ସେହି କାର୍ଯ୍ୟକ୍ରମରେ ଶିବପାଲ ବଡ ଭାଇ ମୁଲାୟମ ସିଂହଙ୍କ ସହ ରାମଗୋପାଳଙ୍କୁ ମଧ୍ୟ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ | ଶିବପାଲ ଓ ଅଖିଳେସ ଗୋଟିଏ ମଞ୍ଚରେ ଏକାସଙ୍ଗେ ଛିଡା ହେବାପରେ କାର୍ଯ୍ୟକର୍ତ୍ତା ‘ଚାଚାଭତିଜା’ ଜିନ୍ଦାବାଦ ନାରା ଦେଇଥିଲେ |

ଉତ୍ତର ପ୍ରଦେଶ ବିଧାନସଭା ଅଧ୍ୟକ୍ଷ ହୃଦୟ ନାରାୟଣ ଦୀକ୍ଷିତ ସମାଜବାଦୀ ପାର୍ଟି ଦ୍ୱାରା ଶିବପାଲ ଯାଦବଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଦେଇଥିବା ଆବେଦନକୁ ଫେରାଇ ନେବାପାଇଁ ଅନୁମତି ଦେଇଛନ୍ତି | ଏ ସମ୍ପର୍କରେ ବିଧାନସଭାର ମୁଖ୍ୟ ସଚିବ ପ୍ରଦୀପ ଦୁବେ ଗୁରୁବାର, ୨୮ ତାରିଖ ଦିନ ଆଦେଶ ଜାରି କରିଥିଲେ | ଆଦେଶରେ ସେ କହିଥିଲେ ଯେ, ‘ସମାଜବାଦୀ ପାର୍ଟି ବିଧାନମଣ୍ଡଳ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀ ଦ୍ୱାରା ମାର୍ଚ୍ଚ ୨୩ ତାରିଖରେ ପ୍ରସ୍ତୁତ ଆବେଦନ ପତ୍ରକୁ ସ୍ୱୀକାର କରାଯାଉଛି ତଥା ତାଙ୍କ ଦ୍ୱାରା ଶିବପାଲ ଯାଦବଙ୍କ ବିରୋଧରେ ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟ ଦଳ ପରିବର୍ତ୍ତନ ଆଧାରରେ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଆବେଦନ ପତ୍ରକୁ ଫେରସ୍ତ କରିନେବାକୁ ଅନୁମତି ଦିଆଯାଉଛି |’

ସମାଜବାଦୀ ପାର୍ଟି ନେତା ରାମ ଗୋବିନ୍ଦ ଚୌଧୁରୀ ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ଶିବପାଲଙ୍କ ସଦସ୍ୟତା ରଦ୍ଦ କରିବାକୁ ଆବେଦନ କରିଥିଲେ | ଏହି ଆବେଦନ ପତ୍ର ଉପରେ ଯାଞ୍ଚ ହେଉଥିବା ସମୟରେ ରାମଗୋବିନ୍ଦ ଚୌଧୁରୀ ପତ୍ର ଲେଖି ପୁଣି ଆବେଦନ ଫେରସ୍ତ କରିବାକୁ ଅନୁମତି ମାଗଇଥଲେ | ଆବେଦନ ପତ୍ର ପ୍ରସ୍ତୁତିକରଣ ସମୟରେ କିଛି ମହତ୍ୱପୂର୍ଣ୍ଣ ସାକ୍ଷ୍ୟ ଆବେଦନ ସହ ସଂଲଗ୍ନ ହୋଇପାରିନାହିଁ ବୋଲି ସେ ଆବେଦନରେ ଲେଖିଥିଲେ | ଏନେଇ ବିଧାନସଭା ଅଧ୍ୟକ୍ଷ ଆବେଦନ ଫେରସ୍ତ କରିବା ପାଇଁ ମଉକା ଦିଆଯିବା ଉଚିତ ବୋଲି ସେ କହିଛନ୍ତି | 

   Related Posts