ଯୋଗୀଙ୍କୁ ଲାଗିବ କି ଝଟ୍‌କା ? ସାଇକେଲ ଚଢିବେ ବିଜେପି ବିଧାୟକ ରାକେଶ ରାଠୋର ! ଅଖିଲେଶଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋରଦାର

Published By : Prameya-News7 Bureau | September 13, 2021 IST

ଲକ୍ଷ୍ନୌ, ୧୩।୦୯ : କିଛିମାସ ପରେ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ରାଜନୀତି ଆରମ୍ଭ ହୋଇଗଲାଣି ।

ଅବକୀ ବାର୍ ୩୦୦ ପାର୍ ନାରା ଦେଉଥିବା ଭାରତୀୟ ଜନତା ପାର୍ଟି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳୁଛି । ରବିବାର ବିଜେପିର ଜଣେ ବିଧାୟର ଏସପିର ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଭେଟିଛନ୍ତି ।

ସୀତାପୁର ସଦର ବିଧାୟକ ରାକେଶ ରାଠୋର ଅଖିଲେଶଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ଭୋଟଘାଟର ଫଟୋ ଫେସବୁକରେ ଭାଇରାଲ ହୋଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି ।

ଭେଟଘାଟକୁ ନେଇ ରାକେଶ ରାଠୋର କିମ୍ବା ଅଖିଲେଶ ଯାଦବ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାଁନ୍ତି । କିନ୍ତୁ ସୂତ୍ରାନୁସାରେ, ସୀତାପୁର ସଦର ବିଧାନସଭା ଆସନର ବିଜେପି ବିଧାୟକ ରାକେଶ ଅତିଶୀଘ୍ର ସାଇକେଲ ଚଢିପାରନ୍ତି । ସମାଜବାଦୀ ପାର୍ଟି ନେତାଙ୍କ କହିବାନୁସାରେ, ବିଜେପିର ୧୨ରୁ ଅଧିକ ବିଧାୟକ ଏସପି ସହ ସମ୍ପର୍କରେ ଅଛନ୍ତି । ପୂର୍ବରୁ ଅନେକ ଥର ରାକେଶ ନିଜ ଦଳ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.