Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଉନ୍ନାଓ ଫଲୋଅପ୍: ବିଧାନସଭା ଆଗରେ ବସିଲେ ଅଖିଳେଶ, ପୀଡ଼ିତାଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା, ଯୋଗୀଙ୍କ ଜବାବ- ଦୋଷୀଙ୍କୁ ହେବ କଠୋର ଦଣ୍ଡ

7/12/2019 at 2:04 PM

ନୂଆଦିଲ୍ଲୀ୭/୧୨: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ଏବେ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମୃତ ଉନ୍ନାଓ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପଟେ ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବିଧାନସଭା ସାମ୍ନାରେ ଧାରଣରେ ବସିଛନ୍ତି। ମହିଳାମାନେ ଦେଶରେ କେତେ ସୁରକ୍ଷିତ ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉନ୍ନାଓ ପୀଡିତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଦୁଷ୍କର୍ମକାରୀଙ୍କୁ କେବେ ବି କ୍ଷମା ଦିଆଯିବ ନାହିଁ। ଏହି ମାମଲାକୁ ଫାଷ୍ଟ୍ ଟ୍ରାକ କୋର୍ଟକୁ ନିଆଯିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ସ୍ବାମୀ ପ୍ରସାଦ ଓ ମନ୍ତ୍ରୀ କମଲ ରାଣୀ ବରୁଣ ଉନ୍ନାଓ ପୀଡ଼ିତାଙ୍କୁ ଭେଟିଛନ୍ତି। ଏହି ଦୁଇମନ୍ତ୍ରୀ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବ ସହ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

   Related Posts