କଂଗ୍ରେସକୁ ଖାରଜ କରିସାରିଲେଣି ଜନତା,ୟୁପିରେ ମମତାଙ୍କୁ ସ୍ୱାଗତ: ଅଖିଳେଶ ଯାଦବ

Published By : Prameya-News7 Bureau | December 04, 2021 IST

ଝାଂସୀ ୪।୧୨:  ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବେ ରାଜ୍ୟତମାମ ରାଲି ଚଳାଇଛନ୍ତି। ଏହି କ୍ରମରେ ସେ ଝାଂସୀରେ ପହଞ୍ଚିଥିବା ବେଳେ ରାଜ୍ୟରେ କଂଗ୍ରେସର ଭବିଷ୍ୟତ ଆକଳନ କରିଛନ୍ତି। ସେହିପରି ବେଙ୍ଗଲରେ ବିଜେପିକୁ ମାଟି ଚଟେଇଥିବା ମମତା ବାନାର୍ଜୀଙ୍କୁ ତାଙ୍କ ରାଜ୍ୟରେ ସ୍ୱାଗତ କରିଛନ୍ତି।  ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଭୂମିକ କଣ ହେବ ସେ ନେଇ ଏବେଠୁ ସ୍ପଷ୍ଟ ଭାବେ କିଛି କୁହାଯାଇ ନପାରେ ବୋଲି କହିଛନ୍ତି।

ଅଖିଳେଶ କହିଛନ୍ତି ଯେ ହୁଏତ ନିର୍ବାଚନରେ ରାଜ୍ୟବାସୀ କଂଗ୍ରେସକୁ ଖାରଜ ବି କରିଦେଇ ପାରନ୍ତି। ଏଣୁ ଫଳାଫଳ ଶୁନ ହୋଇପାରେ ବୋଲି କହିଛନ୍ତି। ତେବେ ମମତା ବାନାର୍ଜୀ ଯେପରି ବେଙ୍ଗଲରେ ବିଜେପିକୁ ଚିତ୍ କଲେ ରାଜ୍ୟରେ ସପା ମଧ୍ୟ ସେପରି ମୁକାବିଲା କରିବ ବୋଲି କହିଛନ୍ତି ଅଖିଳେଶ। ଅଖିଳେଶ ରାଜ୍ୟରେ ମମତାଙ୍କୁ ସ୍ୱାଗତ କରିଛନ୍ତି। ଏଥର ରାଜ୍ୟର ନିର୍ବାଚନ ଫଳାଫଳ ନେଇ ଅଖିଳେଶ ବେଶ ଆଶାବାଦୀ ଥିବା ତାଙ୍କ ବୟାନରୁ ଜଣାପଡିଛି।

ଏଥର ୟୁପିରୁବିଜେପିର ସଫାଇ ନିଶ୍ଚିତ ବୋଲି ସେ କହିଛନ୍ତି। ବିଜେପି ଶାସନରେ ରାଜ୍ୟ କେବଳ ଲୁଣ୍ଠିତ ହୋଇଥିବା ବେଳେ ଚାଷୀଙ୍କ ଉପରେ ଶାସକ ଗାଡ଼ି ମଡେଇବାକୁ ବି ପଛେଇ ନାହାନ୍ତି। ଦେଶରେ ଇଂରେଜ ଶାସନ କାଳରେ ବି ଏପରି ନିର୍ଯାତନା ଲୋକଙ୍କୁ  ଦିଆଯାଇ ନାହିଁ। ଲୋକେ ଭୋଟରେ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ଅଖିଳେଶ ଗଣମାଧ୍ୟମକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.