Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ୟୁପି ବିଧାନସଭା ନିର୍ବାଚନ: କ୍ଷୁଦ୍ର ଦଳଙ୍କ ଲାଗି ଦ୍ୱାର ଖୋଲିଲା ‘ସପା’, କଂଗ୍ରେସ ଓ ବସପାଙ୍କ ଲାଗି ମେଣ୍ଟ ନିଷ୍ପତ୍ତି ମୁକ୍ତ ରଖିଲେ ଅଖିଳେଶ

1/08/2021 at 5:24 PM

ଲକ୍ଷ୍ନୌ ୧।୮:  ସମାଜବାଦୀ ପାର୍ଟି (ସପା) ସଭାପତି ଅଖିଳେଶ ଯାଦବ ରବିବାର ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ରାଜ୍ୟର ଛୋଟମୋଟ ରାଜନୈତିକ ଦଳଙ୍କ ନିମନ୍ତେ ମେଣ୍ଟ ପାଇଁ ଦଳର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ପାର୍ଟିର ନୀତି ସହ ସମାନ ବିଚାରଧାରାର ଦଳମାନେ ନିର୍ବାଚନ ଲାଗି  ସପା ସହ ମେଣ୍ଟ କରିପାରନ୍ତି ବୋଲି ଅଖିଳେଶ କହିଛନ୍ତି। ସେହିପରି ବହୁଜନ ସମାଜପାର୍ଟି (ବସପା) ଓ କଂଗ୍ରେସ ରାଜ୍ୟରେ ସେମାନଙ୍କ ଲଢେଇ ବିଜେପି ବିରୋଧରେ କି ସପା ବିରୋଧରେ ନିଜେ ନିଷ୍ପତ୍ତି କରନ୍ତୁ ବୋଲି ଅଖିଳେଶ କହିଛନ୍ତି।

ଉତ୍ତରପ୍ରଦେଶରେ ଆଗାମୀବର୍ଷ  ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବ। ଏଥିରେ ରାଜ୍ୟ ଯେଉଁ କ୍ଷୁଦ୍ର ଦଳମାନେ ବିଜେପି ବିଚାରଧାରର ନୁହନ୍ତି ସେମାନେ ସପା ସହ ବିଜେପିକୁ ରାଜ୍ୟରେ ହରାଇବା ଲାଗି ଏକ ସଙ୍ଗରେ ଆସନ୍ତୁ ବୋଲି ଅଖିଳେଶ କହିଛନ୍ତି। ଏମିତିରେ ସପା ସହ ଅନେକ ଛୋଟ ବଡ ରାଜନୈତିକ ଦଳ ପୂର୍ବରୁ ଅଛନ୍ତି । ତେବେ ପାର୍ଟିର ମନଭାବ ଏବେ ସ୍ପଷ୍ଟ ହୋଇଯାଇଥିବାରୁ ଆହୁରି ଅନେକ ପାର୍ଟି ମଧ୍ୟ ଆମ ସହ ଆସିପାରନ୍ତି ବୋଲି ଅଖିଳେଶ ଆଶାବ୍ୟକ୍ତ କରିଛନ୍ତି।

ତେବେ ରାଜ୍ୟରେ ବସପା ଓ କଂଗ୍ରେସ ନେଇ ଅଖିଳେଶ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହାନ୍ତି। ବସପା ନେତ୍ରୀ ମାୟାବତୀ ଓ କଂଗ୍ରେସ  ରାଜ୍ୟରେ ବିଜେପି ଭଳି ସପା ଓ ନେତା ଅଖିଳେଶଙ୍କୁ ଟାର୍ଗେଟ କରୁଛନ୍ତି। ଏଣୁ ବସପା ଓ କଂଗ୍ରେସ ପ୍ରଥମେ ସ୍ପଷ୍ଟ ହୁଅନ୍ତୁ ରାଜ୍ୟରେ ସେମାନଙ୍କର ଲଢେଇ କଂଗ୍ରେସ ବିରୋଧରେ ନା ବିଜେପି ବିରୋଧରେ ବୋଲି ଅଖିଳେଶ କହିଛନ୍ତି।

ନିକଟରେ ରାଜ୍ୟର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବସପା ନେତ୍ରୀ ମାୟାବତୀ ଟ୍ୱିଟ୍‌ କରି ବିଜେପିର ଚାଲକୁ ପୂର୍ବର ସମାଜବାଦୀ ସରକାରର ପୁରୁଣା ଚାଲ ବୋଲି ଉଲ୍ଲେଖ କରିଥିଲେ। ସେହିପରି ରାଜ୍ୟ କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁ ମଧ୍ୟ ସପା ନେତାଙ୍କୁ ବାରମ୍ବାର ଭର୍ତ୍ସନା କରୁଛନ୍ତି। ପଞ୍ଚାୟତ ନିର୍ବାଚନରେ ସପା ପ୍ରାର୍ଥୀମାନଙ୍କର ଆଚରଣ ସେମାନଙ୍କ ହତାସାକୁ ଇଙ୍ଗିତ କରୁଥିବା କହିଥିଲେ। ତେବେ ବିଜେପି ବିରୋଧରେ ଅଣ୍ଟା ଭିଡିଥିବା ସପା ଏପର୍ଯ୍ୟନ୍ତ ବସପା ଓ କଂଗ୍ରେସ ପ୍ରତି  ସମଭାବ ଅବଲମ୍ବନ କରିଆସୁଛି। ଏଥିରେ ରାଜ୍ୟରେ ବିଜେପିକୁ ହଟାଇବାକୁ ହେଲେ ମିଳିତ ବିରୋଧୀ ଦଳଙ୍କୁ ଏବେ ଏକ ସଙ୍ଗରେ ଆସିବାକୁ ପଡିବ ବୋଲି ଅଖିଳେଶ କହିଛନ୍ତି।    

   Related Posts