ଏକଜିଟ୍ ପୋଲ ରିପୋର୍ଟକୁ ନେଇ ଉଷ୍ମ ହେଉଛି ରାଜନୀତି, ମାୟାବତୀଙ୍କୁ ଭେଟିଲେ ଅଖିଳେଶ ଯାଦବ

Published By : Prameya-News7 Bureau | May 20, 2019 IST

ଲକ୍ଷ୍ନୌ ୨୦।୫: ଚୂଡାନ୍ତ ପର୍ଯ୍ୟାୟ ମତଦାନ ପରେ ୧୯ ତାରିଖ ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମରେ ଏଗଜିଟ୍ ପୋଲ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏଥିରେ ଏନଡିଏ ସଂଖ୍ୟାଗରିଷ୍ଠ ଦଳଭାବେ ଉଭା ହେଉଥିବା ଜଣାପଡିବା ପରେ ସାରାଦେଶରେ ରାଜନୀତି ଉଷ୍ମ ହେବାରେ ଲାଗିଛି । ରିପୋର୍ଟକୁ ନେଇ ଏନଡିଏର ଗତିବଧି ବଢିଥିବା ବେଳେ ଅନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ଆଜି ଉତ୍ତରପ୍ରଦେଶ ସପା ନେତା ଅଖିଳେଶ ଯାଦବ ତାଙ୍କ ମେଣ୍ଟର ଅନ୍ୟତମ ସହଯୋଗୀ ବସପା ନେତ୍ରୀ ମାୟାବତୀଙ୍କୁ ଭେଟିଥିଲେ। ଅଖିଳେଶ ଏକାକୀ ମାୟାବତୀଙ୍କୁ ଭେଟିଥିବା ବେଳେ ଏହି ସାକ୍ଷାତ ଆଲୋଚନା  ଦୀର୍ଘ ୧ ଘଣ୍ଟା ଧରି ଚାଲିଥିଲା।

{"id":114157}

ମାୟାବତୀଙ୍କୁ ଭେଟିବା ପରେ ଅଖିଳେଶ ଗଣମାଧ୍ୟମକୁ କିଛି କହି ନାହାନ୍ତି। ତେବେ ଉଭୟ ନେତା ଏଗଜିଟ୍ ପୋଲ ରିପୋର୍ଟକୁ ନେଇ ଆଲୋଚନା କରିଥିବା ଅନୁମାନ କରାଯାଉଛି। ଏଗଜିଟ ପୋଲରେ ୟୁପିରେ  ୮୦ଟି ଲୋକସଭା ଆସନରୁ ଅଖିଳେଶ ଓ ମାୟାବତୀଙ୍କ ମହାମେଣ୍ଟକୁ ୨୦ରୁ ୪୦ଟି ମିଳିପାରେ ବୋଲି ଆକଳନ କରାଯାଇଛି। ତେବେ ଗତ ଲୋକସଭା ନିର୍ବାଚନ ପରଠାରୁ ପ୍ରଦେଶରେ ଏନଡିଏର ସିଟ୍ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିବା ବେଳେ ଏଗଜିଟ୍ ପୋଲ ଆକଳନ ମହାମେଣ୍ଟକୁ ଅକଳିଆରେ ପକାଇଛି।

{"id":114158}

ଏହା ଛଡା ଯଦି ଦେଶର କଥା କୁହାଯାଏ ତେବେ ଏନଡିଏ ଏକକ ସଂଖ୍ୟାଗରିଷ୍ଠ ଦଳଭାବେ ବିଜୟୀ ହେଉଥିବା ସବୁ ପୋଲ ରିପୋର୍ଟ କରିଛନ୍ତି। ଏଥିରେ ବିରୋଧୀଙ୍କ ମେଣ୍ଟକୁ ଝଟକା ଲାଗିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ମୋଦି ପୁଣି କ୍ଷମତାକୁ ଫେରୁଥିବା ସ୍ପଷ୍ଟ ହେଉଛି। ତେବେ ଏଗଜିଟ୍ ପୋଲ ରିପୋର୍ଟକୁ ଅନେକ ନେତା ଗ୍ରହଣ କରୁ ନାହାନ୍ତି କି ସ୍ବୀକାର ମଧ୍ୟ କରୁ ନାହାନ୍ତି। ତେବେ ମେ ୨୧ ତାରିଖ ମଙ୍ଗଳବାର ଦିଲ୍ଲୀରେ ଏନଡିଏ ମେଣ୍ଟ ବୈଠକ ପରେ ଦେଶର ରାଜନୀତି ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.