Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ବିଧାନସଭା ନିର୍ବାଚନ ଲଢିବେନି ଅଖିଳେଶ ଯାଦବ, ନିର୍ବାଚନର ଠିକ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟଙ୍କ ବଡ ଘୋଷଣା

1/11/2021 at 3:59 PM

ଲକ୍ଷ୍ନୌ ୦୧/୧୧ : ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ସମଗ୍ର ରାଜ୍ୟରେ ରାଜନୀତି ସରଗରମ ହୋଇଗଲାଣି । କ୍ଷମତାରେ ଥିବା ବିଜେପି ପୁଣିଥରେ ସତ୍ତାକୁ ରହିବାକୁ କସରତ ଜାରି ରଖିଥିବା ବେଳେ ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଜୋରଦାର କସରତ ଆରମ୍ଭ କରିଦେଲେଣି । କିନ୍ତୁ ଏହାରି ମଧ୍ୟରେ ବଡ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

ଉତ୍ତର ପ୍ରଦେଶରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି ଏସ୍‌ପି ମୁଖିଆ ଅଖିଳେଶ ଯାଦବ । ଆଗମଗଡରୁ ସାଂସଦ ଥିବା ଅଖିଳେଶ ଯାଦବ କହିଛନ୍ତି, ‘ଆମ ଦଳ ଛୋଟ ଦଳମାନଙ୍କ ସହିତ ମେଣ୍ଟ କରିବ । ରାଷ୍ଟ୍ରୀୟ ଲୋକ ଦଳ (RLD)ର ଦଳ ମେଣ୍ଟ କରିସାରିଛି । ବର୍ତ୍ତମାନ ନିର୍ବାଚନ ପାଇଁ ସିଟ୍ ବଣ୍ଟନ କାର୍ଯ୍ୟ ଜାରିରହିଛି ।’

ଏହା ସହିତ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ଅଖିଳେଶ ଯାଦବଙ୍କ ଦଳ ମେଣ୍ଟ କରିପାରେ ବୋଲି ସୂଚନା ମିଳିଛି । ଏହାକୁ ନେଇ ଅଖିଳେଶ କହିଛନ୍ତି, ‘ଯେଉଁ ଛୋଟ ଦଳ ଆମ ସହିତ ମେଣ୍ଟ କରିବାକୁ ଚାହୁଁଛନ୍ତି ଆସନ୍ତୁ କୌଣସି ଅସୁବିଧା ନୁହେଁ । ସବୁ ଦଳ ଏବଂ ତାଙ୍କର ନେତାମାନଙ୍କୁ ଉଚିତ ସମ୍ମାନ ମିଳିବ ।’

ଏହା ପୂର୍ବରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପ୍ରବଳ ବର୍ଷିଥିଲେ ଅଖିଳେଶ ଯାଦବ । ଅଖିଳେଶ କହିଥିଲେ, ଯୁବ ଚିନ୍ତାଧାରାକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି ଯୋଗୀ ସରକାର । ଯିଏ ନିଜେ ଲାପ୍‌ଟପ୍‌ ଏବଂ ମୋବାଇଲ ଚଳାଇବା ସିଖିନାହିଁ ସେ କଣ ଯୁବକମାନଙ୍କ ଅସୁବିଧା ପ୍ରସଙ୍ଗରେ ବୁଝିବ କହି, ଯୋଗୀଙ୍କୁ ଟାର୍ଗେଟ୍ କରିଥିଲେ ଅଖିଳେଶ । ସାମଜବାଦୀ ପାର୍ଟିର ବିଜୟ ରଥ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ଭାବେ ଯୋଗୀ ସରକାରକୁ ଟାର୍ଗେଟ କରିଥିଲେ ଅଖିଳେଶ ଯାଦବ । ଜଣେ ଯୁବ ନେତୃତ୍ବ ହିଁ ଯୁବକମାନଙ୍କ ଅସୁବିଧା ଏବଂ ସେମାନଙ୍କ ଆବଶ୍ୟକ ସମ୍ପର୍କରେ ଜାଣିପାରିବ କହିଛନ୍ତି ଅଖିଳେଶ ।

ଏହା ସହିତ ଅଖିଳେଶ କହିଛନ୍ତି, ଭାରତୀୟ ଜନତା ପାର୍ଟି ସମାଜରେ ଜାତି ଏବଂ ଧର୍ମ ଆଧାରରେ ଭେଦଭାବ ଖେଳାଇବାକୁ ଚେଷ୍ଟା କରୁଛି । ଭାରତରେ ସମସ୍ତେ ଭାଇଚାରର ସହ ରହୁଥିବା କଥା ବିଶ୍ବବାସୀ ଜାଣିଛନ୍ତି । କିନ୍ତୁ କିଛି ଲୋକ ଧର୍ମ ଆଧାରରେ ଦେଶ​‌େରେ ବିଭାଜନ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଜନସାଧାରଣ ସେମାନଙ୍କୁ ଉଚିତ ଜବାବ ଦେବେ । ବିଜେପି ନାଁ ନନେଇ ଏଭଳି ଢଙ୍ଗରେ ଟାର୍ଗେଟ କରିଥିଲେ ଅଖିଳେଶ ଯାଦବ ।

   Related Posts