କଙ୍ଗନାଙ୍କ ସମର୍ଥନରେ ଆଖଡ଼ା ପରିଷଦ: କହିଲେ, ସତ ଚାପି ଦେବାକୁ ଚେଷ୍ଟା କରୁଛନ୍ତି ଉଦ୍ଧବ ଠାକରେ ସରକାର

Published By : Prameya-News7 Bureau | September 10, 2020 IST

ମୁମ୍ବାଇ ୧୦/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଅଖିଳ ଭାରତୀୟ ଆଖଡ଼ା ପରିଷଦ ମଧ୍ୟ ସମର୍ଥନ କରିଛି| ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି କଙ୍ଗନାଙ୍କୁ ଦେଶର ଝିଅ ବୋଲି କହିଛନ୍ତି | କଙ୍ଗନା ଦେଶର ସାହସୀ ଓ ବହାଦୁର ଝିଅ, ଯିଏ ବଲିଉଡର ମାଫିଆ ଓ ଡ୍ରଗ୍ସ ମାଫିଆ ରାକେଟର ପର୍ଦାଫାଶ କରିଛନ୍ତି | ସେ ଭୟଭୀତ ନ ହୋଇ ସାହସର ସହ ବଲିଉଡର ଏକ ବିଶେଷ ସମ୍ପ୍ରଦାୟର ସର୍ବୋଚ୍ଚ ବିରୋଧରେ ସ୍ୱର ଉଠାଇଛନ୍ତି | କଙ୍ଗନାଙ୍କ ଏହି ପଦକ୍ଷେପ ଯୋଗୁଁ ନା କେବଳ ବଲିଉଡ ମାଫିଆ ଦରିଛନ୍ତି ବରଂ ସରକାର ମଧ୍ୟ ଦୋହଲି ଯାଇଛନ୍ତି |

ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ, ସେଥିପାଇଁ ସତ୍ୟର ସ୍ୱର ଚାପି ଦେବାକୁ ଉଦ୍ଧବ ଠାକରେ ସରକାର କଙ୍ଗନାଙ୍କ କାର୍ଯ୍ୟାଳୟରେ ବୁଲଡୋଜର ଚଲାଇ ପ୍ରତିଶୋଧ ନେଇଛନ୍ତି | ମହାରାଷ୍ଟ୍ର ହାଇକୋର୍ଟ କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ଉପରେ ରୋକ ଲଗାଇ ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି | କିନ୍ତୁ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ କଙ୍ଗନା ଯେଉଁଭଳି ଭାବେ ଡ୍ରଗ୍ସ ଓ ବଲିଉଡ ମାଫିଆଙ୍କୁ ସାମ୍ନା କରିଛନ୍ତି ତାହା ପ୍ରଶଂସନୀୟ |

ମହାରାଷ୍ଟ୍ର ଆଇନ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛି ବୋଲି ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି | ପାଲଘର ସାଧୁ ହତ୍ୟା ମାମଲାରେ ମହାରାଷ୍ଟ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି | ପାଲଘର ମାମଲାରେ ଆଖଡ଼ା ପରିଷଦ ସିବିଆଇ ତଦନ୍ତ ଦାବି କରିଛି | କଙ୍ଗନାଙ୍କ ଏହି ଲଢେଇରେ ସାଧୁ-ସନ୍ଥ ଓ ପୁରା ଦେଶ ତାଙ୍କ ସହ ଅଛି ବୋଲି ସେ କହିଛନ୍ତି | କଙ୍ଗନାଙ୍କୁ ସୁରକ୍ଷା ଦେଇଥିବାରୁ ସେ ହିମାଚଳ ପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.