Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ସାଧୁଙ୍କ ହତ୍ୟା ମାମଲାର ସିବିଆଇ ଯାଞ୍ଚ ଦାବି କରି ମୋଦିଙ୍କୁ ଚିଠି ଲେଖିଲେ ଅଖିଳ ଭାରତୀୟ ସନ୍ଥ କମିଟି

27/04/2020 at 10:16 AM

ନୂଆଦିଲ୍ଲୀ ୨୭/୦୪ : ମହାରାଷ୍ଟ୍ର ପାଲଘରରେ ଦୁଇ ନିରୀହ ସାଧୁଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ମାମଲାରେ ଅଖିଳ ଭାରତୀୟ ସନ୍ଥ କମିଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି | ସନ୍ଥ କମିଟି ଅଭିଯୋଗ କରିଛନ୍ତି ଯେ, ସାଧୁଙ୍କ ହତ୍ୟା ଚର୍ଚ୍ଚ ମିଶନାରୀ ଏବଂ ନକ୍ସଲଙ୍କ ମିଳିତ ଷଡଯନ୍ତ୍ର | ଏହି ହତ୍ୟାକାଣ୍ଡର ୪ ଅଭିଯୁକ୍ତ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଏବଂ ଜଣେ ଏନସିପିର କାର୍ଯ୍ୟକର୍ତ୍ତା | ଏହି ମାମଲାର ଯଥାର୍ଥ ତଦନ୍ତ ସମ୍ଭବ ନୁହେଁ | ସେଥିପାଇଁ ସମିତି ମାମଲାର ସିବିଆଇ ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛି |

ଅଖିଳ ଭାରତୀୟ ସନ୍ଥ କମିଟିର ମହାମନ୍ତ୍ରୀ ଜିତେନ୍ଦ୍ରାନନ୍ଦ ସରସ୍ବତୀ କହିଛନ୍ତି ଯେ, ପାଲଘରରେ ସାଧୁଙ୍କ ହତ୍ୟା ଅଭିଯୁକ୍ତଙ୍କୁ ରକ୍ଷା କରିବା ପାଇଁ ଯେଉଁ ପିଟର ଡେମିଲୋ, ପ୍ରଦୀପ ପ୍ରଭାସ କ୍ରିପ୍ଟୋ ଖ୍ରୀଷ୍ଟିଆନଙ୍କ ନାମ ବାହାରକୁ ଆସୁଛି ସେ କଂଗ୍ରେସ ଶାସନ କାଳରେ ଜାତୀୟ ପରାମର୍ଶଦାତା ପରିଷଦର ସଦସ୍ୟ ଥିଲେ | ବର୍ତ୍ତମାନ ଏହି ହତ୍ୟାକାଣ୍ଡ ଗଭୀର ଷଡଯନ୍ତ୍ର ଆଡକୁ ଗତି କରୁଛି ବୋଲି ସେ କହିଛନ୍ତି | ସେ ଅଭିଯୋଗ କରିଛନ୍ତି ଯେ, ବାମପନ୍ଥୀ ଏବଂ ଖ୍ରୀଷ୍ଟିଆନ ମିଶନାରୀର ମିଳିତ ଷଡଯନ୍ତ୍ରରେ ସାଧୁଙ୍କୁ ହତ୍ୟା କରାଯାଇଛି | ସେଥିପାଇଁ କମିଟି ଆରମ୍ଭରୁ ହିଁ ମାମଲାର ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି | ତେବେ ଏହି ହତ୍ୟା ମାମଲାରେ କିଛି ବଡ ବଡ ନେତାଙ୍କର ମଧ୍ୟ ହାତ ଥିବା ସେ ସନ୍ଦେହ କରୁଛନ୍ତି | ଜିତେନ୍ଦ୍ରାନନ୍ଦ ସରସ୍ବତୀ କହିଛନ୍ତି ଯେ, ଅଖିଳ ଭାରତୀୟ ସନ୍ଥ କମିଟି ସମସ୍ତ ସାଧୁଙ୍କୁ ଅପିଲ କରୁଛି ଯେ ସେ ଏପ୍ରିଲ ୨୮ ତାରିଖରେ ନିଜ ନିଜର ଆଚାର୍ଯ୍ୟ ସମ୍ପ୍ରଦାୟର ପୂଜାର୍ଚ୍ଚନା କରି ଗୋଟିଏ ଦିନ ପାଇଁ ସତ୍ୟାଗ୍ରହ କରନ୍ତୁ | ୨୮ ତାରିଖରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଜିଲ୍ଲା ଅଧିକାରୀଙ୍କୁ ଚିଠି ଦିଆଯିବ ଏବଂ ରାଜ୍ୟର ରାଜଧାନୀରେ ରାଜ୍ୟପାଳଙ୍କୁ  ଏହି ସ୍ମାରକପତ୍ର ପ୍ରଦାନ କରି ସିବିଆଇ କିମ୍ବା ଏନଆଇଏ ଯାଞ୍ଚ ଦାବି କରାଯିବ |

ଅଖିଳ ଭାରତୀୟ ସନ୍ଥ କମିଟିର ମହାସଚିବ କହିଛନ୍ତି ଯେ, ହତ୍ୟା ମାମଲାରେ ଷଡଯନ୍ତ୍ରରେ ସାମିଲ ଥିବା ଦୋଷୀଙ୍କ ପର୍ଦାଫାଶ ଓ ଦଣ୍ଡ ନ ମିଳିବ ଯାଏଁ ସେ ଚୁପ ହୋଇ ବସିବେ ନାହିଁ | ହତ୍ୟା ଷଡଯନ୍ତ୍ର କରିଥିବା ଓ ହତ୍ୟା କରିଥିବା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ଦେଶର ସାଧୁ ଏବଂ ହିନ୍ଦୁ ସମାଜ ଶାନ୍ତିରେ ବସିବ ନାହିଁ ବୋଲି କହିଛନ୍ତି ମହାସଚିବ |

ଏହାଛଡା ବିଶ୍ୱ ହିନ୍ଦୁ ପରିଷଦ ସାଧୁଙ୍କ ହତ୍ୟା ମାମଲାରେ ଏପ୍ରିଲ ୨୮ ତାରିଖ ସନ୍ଧ୍ୟା ୭ଟା ସମୟରେ ଗୋଟିଏ ମିନିଟ ପାଇଁ ମୌନ ରହିବାକୁ ଜନତାଙ୍କୁ ଅପିଲ କରିଛନ୍ତି | ଦିଲ୍ଲୀର କାର୍ଯ୍ୟକାରୀ ଅଧ୍ୟକ୍ଷ ବାଗିଶ ଇସର କହିଛନ୍ତି, ‘ସମସ୍ତେ ନିଜ ନିଜ ଘରେ ପରିବାର ସଦସ୍ୟଙ୍କ ସହ ଏକ ମିନିଟର ନିରବତା ରକ୍ଷା କରି ସାଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତୁ |’

ଏହା ପୂର୍ବରୁ ହିନ୍ଦୁ ଧର୍ମ ଆଚାର୍ଯ୍ୟ ସଭା ଅଧ୍ୟକ୍ଷ ସ୍ୱାମୀ ଅୱଧେଶାନନ୍ଦ ଏବଂ ସ୍ୱାମୀ ରାମଦେବ କମିଟି ଦେଶର ୧୬ ପ୍ରମୁଖ ସନ୍ଥ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟରିଙ୍କୁ ଚିଠି ଲେଖି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ | ଏପ୍ରିଲ ୧୬ ତାରିଖ ରାତିରେ ମହାରାଷ୍ଟ୍ର ପାଲଘରରେ ଦୁଇ ଜଣ ସାଧୁ କଲ୍ପଵୃକ୍ଷ ଗିରି ଓ ସ୍ୱାମୀ ସୁଶୀଲ ଗିରିଙ୍କ ସହ ତାଙ୍କ ଗାଡି ଡ୍ରାଇଭରକୁ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା |  

   Related Posts