Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଡ୍ରାମା କୁଇନଙ୍କ ନୂଆ ଡ୍ରାମା : ଲକଡାଉନରେ ସୋସିଆଲ ମିଡିଆରେ ସେୟାର କଲେ ନିଜର ଅଜବ ଭିଡିଓ

4/04/2020 at 2:07 PM

ମୁମ୍ବାଇ ୪/୪: କରୋନା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଘରେ ବସି ବସି ଲୋକେ ଏବେ ଦିନ ଗଣୁଛନ୍ତି ଯେ କିପରି ଖୁବ୍ ଶୀଘ୍ର ଏହି କରୋନା ଏଠାରୁ ଯାଉ ଏବଂ ଆମେ ପୁଣି ନିଜର କାମ ଆରମ୍ଭ କରୁ। ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ବି ଏବେ ବହୁତ ଚିନ୍ତାରେ ଅଛନ୍ତି। ନିଜ ଷ୍ଟାଇଲ୍ ଏବଂ ଡ୍ୟାନ୍ସ ଯୋଗୁଁ ଲୋକଙ୍କୁ ଇମ୍ପେ୍ରସ୍ କରିଥିବା ରାକ୍ଷୀ ଏବେ ଘରେ କାମବାଲି ବାଈ ହୋଇ ଯାଇଛନ୍ତି ଏବଂ ଲକଡାଉନ୍ ଯୋଗୁଁ ଘରେ ଲକ୍ ହୋଇଯାଇଛନ୍ତି।

କରୋନା ଭାଇରସ୍ ରାକ୍ଷୀ ସାଓ୍ବନ୍ତଙ୍କ ଅବସ୍ଥା ଖରାପ କରି ଦେଇଛି। ନିକଟରେ ରାକ୍ଷୀ ନିଜର ଦୁଇଟି ଭିଡିଓ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ସେ ନିଜ ଦୁଃଖ କାହାଣୀ ସେୟାର କରୁଛନ୍ତି। ସେ କହୁଛନ୍ତି ଯେ କରୋନା ଯୋଗୁଁ ସେ ଘରେ କାମବାଲି ବାଈ ହୋଇ ଯାଇଛନ୍ତି।

ରାକ୍ଷୀ ସାଓ୍ବନ୍ତଙ୍କୁ ଲୁଗା,ବାସନ,ରୋଷେଇ ସବୁ ନିଜେ କରିବାକୁ ପଡ଼ୁଛି ଏବଂ ପ୍ରତିଦିନ ପୋଡ଼ା ଖାଦ୍ୟ ଖାଇବାକୁ ପଡ଼ୁଛି।

ଭିଡିଓରେ ରାକ୍ଷୀ ଫିଲ୍ଟର ବ୍ୟବହାର କରିଛନ୍ତି। ସେ ଏକ ଭୂତୁଣୀ ଲୁକ୍ ଫିଲ୍ଟର ବ୍ୟବହାର କରିଛନ୍ତି।

View this post on Instagram

Borr ho gai hu mai Ghar pay Kia Carew

A post shared by Rakhi Sawant (@rakhisawant2511) on


ଏପରି ଆଉ ଏକ ଭିଡିଓ ରାକ୍ଷୀ ଅପଲୋଡ କରିଛନ୍ତି। ଏହି ଭିଡିଓରେ ମଧ୍ୟ ସେ କରୋନାକୁ ଚେତାବନୀ ଦେଉଛନ୍ତି ଯେ କରୋନା ଭାରତ ସମେତ ପୂରା ବିଶ୍ବରୁ ଚାଲି ଯାଉ। ଯଦି ସେ ନଯିବ ତେବେ ସେ ତାକୁ ଭଲ ଭାବେ ବୁଝାଇବେ। ସେ କହିଛନ୍ତି ଯେ ସେ କରୋନାଠୁ ଆହୁରି ଭୟଙ୍କର।


ରାକ୍ଷୀ କହିଛନ୍ତି ଯେ ସେ ଘରେ ବୋର୍ ହେଉଛନ୍ତି। ତାଙ୍କ ପାଖରେ କିଛି କରିବାକୁ ନାହିଁ। ସେ ଭିଡିଓରେ ଚିତ୍କାର କରି କରୋନାକୁ ଗାଳି କରୁଛନ୍ତି।


   Related Posts