ଦୁର୍ଘଟଣାରେ ଆଖି ବୁଜିଲେ ୨ ଭାଇ, କାନ୍ଦ ବୋବାଳିରେ ଫାଟି ପଡୁଛି ଘର

Published By : Prameya-News7 Bureau | January 24, 2021 IST

ଖଣ୍ଡାପଡା୨୪/୧: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଚାଲିଗଲା ୨ ଭାଇଙ୍କ ଜୀବନ। ଖଣ୍ଡପଡା ଥାନା ରାଜକିଆରି ନିକଟରେ ଏହି ଦୁର୍ଘଟଣା ଘଟିଛି। ୨ ଭାଇ ବାଇକରେ ଯିବା ବେଳେ ଦୁର୍ଘଟଣା ଘଟିଥିଲା। ଗୋଟିଏ ପରିବାରର ୨ ଭେଣ୍ଡିଆ ପୁଅର ଜୀବନ ଚାଲିଗଲା। ୨ ଭାଇଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। କାନ୍ଦ ବୋବାଳିରେ ଘର ଫାଟି ପଡୁଛି। ମୃତକ ୨ ଭାଇ ହେଲେ ବିପିନ ପ୍ରଧାନ ଏବଂ ଦୁଃଶାସନ ପ୍ରଧାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.