ମୁମ୍ବାଇ ପୋଲିସ କରିନାଙ୍କୁ କାମ ଦେବା କଥା ବୋଲି କହିଲେ ଅକ୍ଷୟ କୁମାର, ଜାଣନ୍ତୁ କାହିଁକି…

Published By : Prameya-News7 Bureau | March 17, 2020 IST

ମୁମ୍ବାଇ ୧୭/୦୩ : କରିନା କପୁରଙ୍କ ବନ୍ଧୁ ତଥା ବଲିଉଡର ନାମୀ ନିର୍ଦେଶକ, ପ୍ରଯୋଜକ କରନ ଜୋହର କହିଛନ୍ତି ଯେ କରିନା ବହୁତ ଗପୁଡି | ସେ ଗପସପ କରିବାକୁ ଏତେ ଭଲପାଆନ୍ତି ଯେ, ସୋସିଆଲ ମିଡ଼ିଆରୁ ଦୂରରେ ଥାଇ ମଧ୍ୟ କେଉଁଠି କଣ ଚାଲିଛି ତାର ଟିକିନିଖି ଖବର ତାଙ୍କ ପାଖରେ ଥାଏ | ନିକଟରେ କପିଳ ଶର୍ମାଙ୍କ ଚାଟ ଶୋରେ, କରନ ଜୋହର ଓ ରୋହିତ ସେଟ୍ଟୀ ଆସିଥିଲେ | ଶୋରେ ସେମାନେ କରିନାଙ୍କ ସମ୍ପର୍କରେ ଏନେଇ ଖୁଲାସା କରିଥିଲେ | ତାଙ୍କୁ ବଲିଉଡର 'ଗସିପ କ୍ୱିନ' ବା ଗପୁଡି ରାଣୀ ବୋଲି କୁହାଯାଏ | ଅଭିନେତା ଅକ୍ଷୟ କୁମାର ମଧ୍ୟ କରନ ଓ ରୋହିତଙ୍କ ଏହି କଥାରେ ଏକମତ | ସେ କେବଳ ଏକମତ ନୁହନ୍ତି ବରଂ ଦର୍ଶକଙ୍କ ମଧ୍ୟରେ ବସିଥିବା ଜଣେ ପୋଲିସକୁ କହିଥିଲେ କରିନାଙ୍କୁ ସେ ନିଜ କାମ ପାଇଁ ହାୟର କରିବା କଥା | 

କରନ ହସିହସି ଆହୁରି କହିଥିଲେ କରିନାଙ୍କୁ ସିସିଟିଭି ବ୍ୟବସାୟ କରିବା ଦରକାର | ସେ ସମସ୍ତଙ୍କ ଘରେ ସିସିଟିଭି ଇନଷ୍ଟଲ କରିଥିବା ଭଳି ମନେହୁଏ | ଦେଶର କିମ୍ବା ବଲିଉଡ ଇଣ୍ଡଷ୍ଟ୍ରିର ଏମିତି ଗୋଟିଏ ଖବର ନଥିବା ଯାହା କରିନାଙ୍କୁ ଜଣାନଥିବ | କରିନାଙ୍କ ପାଖରେ ଦେଶର ଛୋଟ ବଡ ସବୁ ଖବର ଥାଏ |

ଅକ୍ଷୟଙ୍କ ପ୍ରୋଜେକ୍ଟ ସମ୍ପର୍କରେ ଯଦି କଥାହେବା ତାହେଲେ ଅକ୍ଷୟଙ୍କ ହାତରେ ବର୍ତ୍ତମାନ ଭଲ ଭଲ ମନୋରଞ୍ଜନ ଫିଲ୍ମ ରହିଛି | ସୂର୍ଯ୍ୟବଂଶୀ, ଲକ୍ଷ୍ମୀ ବମ୍ବ, ବଚ୍ଚନ ପାଣ୍ଡେ, ବେଲ ବଟମ ଭଳି ଫିଲ୍ମ ବର୍ତ୍ତମାନ ଅକ୍ଷୟଙ୍କ ହାତରେ | କିଛି ଫିଲ୍ମର ସୁଟିଙ୍ଗ ସରିଯାଇଥିବାବେଳେ ଆଉ କିଛିର ସୁଟିଙ୍ଗ ଚାଲିଛି |  

କରିନାଙ୍କ ହାତରେ ବର୍ତ୍ତମାନ ରହିଛି କରନ ଜୋହରଙ୍କ ଫିଲ୍ମ 'ତଖ୍ଗ' | ଫିଲ୍ମରେ କରିନାଙ୍କ ସହ ରଣବୀର ସିଂହ, ବିକି କୌଶଲ, ଆଲିଆ ଭଟ୍ଟ, ଜାହ୍ନବୀ କପୁର, ଭୂମି ପେଡେନେକର ଓ ଅନିଲ କପୁର ଅଭିନୟ କରୁଛନ୍ତି | ତଖ୍ଗ' ଛାଡ କରିନାଙ୍କ ହାତରେ ଆଉ ଏକ ଫିଲ୍ମ ରହିଛି 'ଲାଲ ସିଂହ ଚାଡ୍ଡା' | ଏହି ଫିଲ୍ମରେ କରିନାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଅମୀର ଖାନ | ଏହା ପୂର୍ବରୁ କରିନାଙ୍କ ଅଂଗ୍ରେଜୀ ମିଡିୟମ ରିଲିଜ ହୋଇଛି | ପ୍ରଥମଥର ପାଇଁ କରିନା ଇରଫାନ ଖାନଙ୍କ ସହ ଅଭିନୟ କରିଛନ୍ତି | ଫିଲ୍ମ ମାର୍ଚ୍ଚ ୧୩ ତାରିଖରେ ବଡ ପରଦାରେ ରିଲିଜ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.