କିୟାରାଙ୍କ ପର୍ଦ୍ଦାଫାସ କଲେ ଅକ୍ଷୟ କୁମାର : ଏହି ଅଭିନେତାଙ୍କୁ କରୁଛନ୍ତି ଡେଟ୍ ,ଭିଡିଓ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | November 03, 2020 IST

ମୁମ୍ବାଇ ୩/୧୧: ଅଭିନେତ୍ରୀ କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସମ୍ପର୍କର ଖବର ଦୀର୍ଘ ଦିନରୁ ଶୁଣିବାକୁ ମିଳୁଛି। ଉଭୟଙ୍କୁ ଏକାଠି ଅନେକ ଥର ବାହାରେ ଏବଂ ପାର୍ଟିରେ ସ୍ପଟ୍ କରାଯାଇଛି। ଦୁହେଁ କେବେ ବି ନିଜ ଡେଟିଂକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଏବେ କପିଳ ଶର୍ମାଙ୍କ ଶୋରେ ଅକ୍ଷୟ କୁମାର କିଆରାଙ୍କ ପର୍ଦ୍ଦାଫାସ କରି ଦେଇଛନ୍ତି।

{"id":355260,"sizeSlug":"large"}

ଅକ୍ଷୟ କୁମାରଙ୍କ ସହ ଫିଲ୍ମ ଲକ୍ଷ୍ମୀରେ ଫିମେଲ୍ ଲିଡରେ ଅଭିନୟ କରିଥିବା କିୟାରା ଆଡଭାନି ନିଜ ଫିଲ୍ମର ପ୍ରମୋସନ କରିବାକୁ କପିଳ ଶର୍ମା ଶୋକୁ ପହଞ୍ଚିଥିଲେ। ଏଠାରେ ତାଙ୍କ ପୋଲ ଖୋଲିଯାଇଥିଲା। ଅକ୍ଷୟ କୁମାର,କିୟାରାଙ୍କ ଲଭ-ଲାଇଫ ଉପରୁ ପର୍ଦ୍ଦା ହଟାଇ ତାଙ୍କୁ ସିଦ୍ଧାନ୍ତ ବାଲି ଝିଅ କହିଛନ୍ତି।

wp:core-embed/twitter {"url":"https://twitter.com/S1rajput4/status/1323145714197692417","type":"rich","providerNameSlug":"twitter","className":""}
https://twitter.com/S1rajput4/status/1323145714197692417
/wp:core-embed/twitter

ଏହି ଶୋର ଏକ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ କପିଳ ଶର୍ମା କିୟାରାଙ୍କ ଲଭ-ଲାଇଫ ସହ ଜଡ଼ିତ ପ୍ରଶ୍ନ ପଚାରୁଛନ୍ତି ଯାହାର ଉତ୍ତରରେ କିୟାରା କହୁଛନ୍ତି ଯେ ସେ ନିଜ ପର୍ସନାଲ୍ ଲାଇଫ ବିଷୟରେ ସେତେବେଳେ କହିବେ ଯେତେବେଳେ ତାଙ୍କ ବିବାହ ହୋଇଯିବ।

{"id":355261,"sizeSlug":"large"}

 ଏବେ କିୟାରାଙ୍କ ଏହି ଉତ୍ତର ଶୁଣି ସମସ୍ତେ ଚୁପ୍ ହୋଇଯାଉଛନ୍ତି। ଏଥିରେ କପିଲ କହୁଛନ୍ତି ଯେ ଆସନ୍ତୁ,ସେହି ବ୍ୟକ୍ତିଙ୍କ ପାଇଁ ତାଳି ବଜାଇବା,ଯାହାଙ୍କୁ କିୟାରା ବିବାହ କରିବେ। ବର୍ତ୍ତମାନ ଆମେ ଆପଣଙ୍କୁ ଶୁଭକାମନା ଦେଇପାରିବା। ଏଥିରେ ଅକ୍ଷୟ କୁମାର କମେଣ୍ଟ କରୁଛନ୍ତି ଯେ ୟେ ବଡ଼ ସିଦ୍ଧାନ୍ତ ବାଲି ଝିଅ। ଅକ୍ଷୟଙ୍କ ଏହି କଥାରେ ସମସ୍ତେ ହସିବାକୁ ଲାଗୁଛନ୍ତି।

{"id":355262,"sizeSlug":"large"}

ଅକ୍ଷୟଙ୍କ ଏହି କମେଣ୍ଟରେ କିୟାରା ବ୍ଲଶ୍ କରୁଛନ୍ତି। କିୟାରାଙ୍କୁ ବ୍ଲଶ୍ କରିବା ଦେଖି ଏକଥାର ଅନ୍ଦାଜା ଲଗାଯାଇପାରିବ ଯେ ତାଙ୍କୁ ଏହି ଅବସରରେ କାହାର ଧ୍ୟାନ ଆସିବ। କିୟାରା ଏବଂ ସିଦ୍ଧାର୍ଥ,ଫିଲ୍ମ ଶେରଶାହରେ ପ୍ରଥମ ଥର ନଜର ଆସିବେ। ଏହି ଫିଲ୍ମ କାରଗିଲ୍ ହୀରୋ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ବାୟୋପିକ୍। ସିଦ୍ଧାର୍ଥ ଏଥିରେ ବିକ୍ରମ ଏବଂ ତାଙ୍କ ଯାଆଁଳା ଭାଇ ବିଶାଲଙ୍କ ଭୂମିକାରେ ନଜର ଆସିବେ।

{"id":355263,"sizeSlug":"large"}

ସିଦ୍ଧାର୍ଥ,ଅକ୍ଷୟ କୁମାରଙ୍କ ସହ ବ୍ରଦର୍ସରେ କାମ କରି ସାରିଛନ୍ତି। ଏହି ବକ୍ସିଂ ଫିଲ୍ମରେ ସିଦ୍ଧାର୍ଥ,ଅକ୍ଷୟଙ୍କ ସାନ ଭାଇ ଭୂମିକାରେ ଅଭିନୟ କରିଥିଲେ। ସେହିପରି ଅକ୍ଷୟଙ୍କ ସହ କିୟାରା ଗୁଡ ନ୍ୟୁଜରେ କାମ କରି ସାରିଛନ୍ତି। ଏହା ୨୦୧୯ଶେଷରେ ରିଲିଜ ହୋଇଥିଲା। କିନ୍ତୁ ଏହି ଫିଲ୍ମରେ ଅକ୍ଷୟଙ୍କ ହୀରୋଇନ୍ କିୟାରା ନୁହେଁ ବରଂ କରୀନା କପୁର ଥିଲେ।

{"id":355264,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.