ଅକ୍ଷୟ କୁମାର କିଣିଲେ ଏକା ସାଙ୍ଗରେ ୪ଟି ଫ୍ଲାଟ୍ : ତାଙ୍କ ଘରର ମୂଲ୍ୟ ୧୮କୋଟି
9/09/2018 at 5:05 PM

ମୁମ୍ବାଇ ୯/୯:ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ ୫୧ ବର୍ଷ ପୂରିଲା। ୧୯୬୭ ମସିହା ସେପ୍ଟେମ୍ବର୍ ୯ତାରିଖରେ ଅମୃତସରର ପଞ୍ଜାବଠାରେ ରାଜୀବ ହରିଓମ୍ ଭାଟିଆ ଓରଫ ଅକ୍ଷୟ କୁମାର ଜନ୍ମଗ୍ରହଣ କରିଥିଲେ। ସେ ବର୍ତ୍ତମାନ ବଲିଉଡର ସୁପରଷ୍ଟାର। ୨୦୧୮ ଅପ୍ରେଲରେ ସେ ମୁମ୍ବାଇଠାରେ ଏକ ନୂଆ ଘର କିଣିଛନ୍ତି। ତାଙ୍କ ଘରର ମୂଲ୍ୟ ହାରାହାରି ୧୮କୋଟି। ସେ ପଶ୍ଚିମ ଅନ୍ଧେରୀର ଟ୍ରାନ୍ସ କାନ ଟ୍ରାୟମ୍ପ ନାମକ ଅଟ୍ଟାଳିକାରେ ତାଙ୍କ ଘର କିଣିଛନ୍ତି।
ଅକ୍ଷୟଙ୍କ ଅନ୍ଧେରୀ ସ୍ଥିତ ଘର ୨୧ମହଲାରେ ଅବସ୍ଥିତ। ସୁଇମିଙ୍ଗ ପୁଲ,ଜଗିଙ୍ଗ୍ ଟ୍ରାକ୍,ଫିଟନେସ୍ ସେଣ୍ଟର ଆଦିର ସୁବିଧା ଅକ୍ଷୟଙ୍କ ଘରେ ଉପଲବ୍ଧ। ସେ ଯେଉଁ ଅଟ୍ଟାଳିକାରେ ଘର କିଣିଛନ୍ତି ତାହା ୩୮ମହଲା ବିଶିଷ୍ଟ। ଅକ୍ଷୟଙ୍କ ଛଡ଼ା ଫିଲ୍ମମେକର ଅନିସ୍ ଆଜମୀ,ସିଙ୍ଗର ପଲକ ମୁଚଲ୍,ଅରମାନ ମଲ୍ଲିକ୍ ଏହି ଅଟ୍ଟାଳିକାରେ ନିଜର ଫ୍ଲାଟ୍ ବୁକ୍ କରିଛନ୍ତି।