ସଂପର୍କ ଯୋଡିବା ଆଗରୁ ସମସ୍ତଙ୍କୁ ଛାଡ଼ି ଚାଲିଗଲେ, ଆକାଶରୁ ଝୁଲି ରହିଥିଲା ମୃତ୍ୟୁ...ଅଘଟଣ ପାଇଁ ଦାୟୀ କିଏ?

Published By : Prameya-News7 Bureau | February 10, 2020 IST

ବ୍ରହ୍ମପୁର୧୦/୨: ସଂପର୍କର ସେତୁବନ୍ଧ ବାନ୍ଧିବା ପୂର୍ବରୁ ମୃତ୍ୟୁର ଢ଼େଉ ସବୁ ଭାଙ୍ଗି ଚୁର୍‌ମାର କରିଦେଲା।ଆଖିରେ ଆଖିଏ ସ୍ବପ୍ନ ଭାଇର ବାହାଘର ପାଇଁ ଚାହିଁ ରହିଥିଲା ଭଉଣୀ ।ହେଲେ ସ୍ୱପ୍ନ ପୂରଣ ହେବା ଆଗରୁ ସବୁ କିଛି ଭାଙ୍ଗି ଚୁରମାର ହୋଇଗଲା ।

ଭାଇ ବାହାଘରକୁ ଚାତକ ପରି ଅପେକ୍ଷା କରିଥିଲେ ଦୁଇଭଉଣୀ। ହେଲେ ସ୍ବପ୍ନ ଦେଖି ବାସ୍ତବକୁ ଅନୁଭବ କରିବା ପୂର୍ବରୁ ଆରପାରିକୁ ଚାଲିଗଲେ । ସେଦିନ ନିର୍ବନ୍ଧ ସଜ ଧରି ସଂପର୍କର କ୍ଷୟ ଯୋଡ଼ିବା ପାଇଁ ବାହାରିଥିଲେ ଭାଇ ଓ ଦୁଇ ଭଉଣୀ, ସାଥିରେ ଥିଲେ ଅନ୍ୟ ବନ୍ଧୁ ବାନ୍ଧବ । ବେଶ୍‌ ହସ ଖୁସୀରେ ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରେଥିଲେ । ହସ ଖୁସୀରେ ଉଛୁଳି ପଡୁଥିଲା ପରିବେଶ। ସମସ୍ତଙ୍କର ଆଶା ଥିଲା ନୂଆ ସମ୍ପର୍କ । ହେଲେ ସଂପର୍କକୁ ଅଧାବାଟରେ ଛାଡ଼ି ଚାଲିଗଲେ ୧୦ଜଣ ତାଙ୍କ ସହ ଏହି ଦୁଇଭଉଣୀ। ପାଖରେ ଥାଏ ନିର୍ବନ୍ଧ ସଜ। ଭାଇ ବାହାଘରରେ କିଏ କରିବ ଅଳିଅର୍ଦଳି। କିଏ ମାଗିବ ଆଉ ନଣନ୍ଦ ପୁଟୁଳି।

ଯେଉଁ ସ୍ବପ୍ନ ଦେଖି ଘରୁ ଗୋଡ଼ ବାହାର କରିଥିଲେ। ସେହି ସ୍ବପ୍ନ ଅଧାରେ ରହିଗଲା। ବସ୍‌ ପଛରେ ଭାଇ ବାଇକ୍‌ରେ ଆସୁଥିବାରୁ ଜୀବନ ବଞ୍ଚିଯାଇଛି। ବସ୍‌ରେ ବସିଥାଆନ୍ତି ଦୁଇଭଉଣୀ।ବସ୍‌ଟି  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ବସ୍‌ରେ ଥିବା ୧୦ ଜଣ ଯାତ୍ରୀ ଆଖି ବୁଜିଦେଲେ। ଏହି ମୃତ୍ୟୁ ତାଲିକାର ଆଗଧାଡ଼ିରେ ଦୁଇଭଉଣୀଙ୍କ ନାଁ ମଧ୍ୟ ଥିଲା। ଆକାଶରେ ଝୁଲି ରହିଥିଲା ମୃତ୍ୟୁର ଫାଶ। ନିମିଷକ ମଧ୍ୟରେ ସବୁ ଜାଳି ପୋଡି ଛାରଖାର କରିଦେଲା ।

ନିର୍ବନ୍ଧ ସଜ ବସ୍‌ ଭିତରେ ବାସି ସଜରେ ପରିଣତ ହୋଇଥିଲା। ଘଟଣାସ୍ଥଳରେ ସମସ୍ତଙ୍କ ଆଖିରୁ ଝରିଥିଲା ଅବୁଝା ଲୁହ। ଛୁଟିଥିଲା ଲୁହର ବନ୍ୟା । ଭାଇ ଆଖିରୁ ଝରିଥିଲା ରକ୍ତର ଲୁହ। ଏଭଳି ଦୃଶ୍ୟ ସମସ୍ତଙ୍କ କରିଥିଲା ବ୍ୟସ୍ତ ଆଉ ବିବ୍ରତ।

wp:html /wp:html

ମାତ୍ର କେବଳ ବ୍ରହ୍ମପୁରରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ତାହା ନୁହେଁ। ଏହା ପୂର୍ବରୁ ମଧ୍ୟ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବହୁ ଲୋକଙ୍କ ଜୀବନ ଯାଇଛି। ମୁଖ୍ୟ ରାସ୍ତାରେ ବିଦ୍ୟୁତ ତାର ଝୁଲି ରହିବା। ପୋକମାଛି ଭଳି ଲୋକମାନେ ମରିବା। କେବଳ ସେତିକି ନୁହେଁ ବସ୍‌ ଡ୍ରାଇଭର ବି ଏପରି ବିପଦ ଜନ୍ନକ ଭାବେ କିପରି ବସ୍‌ ନେଲେ । ସେହି ରୁଟ୍‌ରେ ବସ୍‌ ଚଳାଚଳ ପାଇଁ ପରମିଟ ଥିଲା କି ଏବେ ଅନେକ ପ୍ରଶ୍ନ । କେହି ଫେରାଇ ପାରିବେ ନାହିଁ ୧୦ଟି ଅମୂଲ୍ୟ ନୀରିହ ଜୀବନ । ମୃତକଙ୍କ ପରିବାରକୁ ସରକାରଙ୍କ ଅନୁକମ୍ପା ରାଶି ଘୋଷଣା କରିବା। ଏ ତମାମ ଘଟଣା ରାଜ୍ୟ ସରକାର ଓ ବିଦ୍ୟୁତ ବିଭାଗର ଦୋଷ ଘୋଡ଼ାଇବା କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.