'ଆକାଶ ପ୍ରାଇମ'ର ସଫଳ ପରୀକ୍ଷଣ କଲା ଡିଆରଡିଓ, ବଢିବ ସେନାର ଶକ୍ତି

Published By : Prameya-News7 Bureau | September 28, 2021 IST

ଚାନ୍ଦିପୁର, ୨୮।୦୯ :  ଚାନ୍ଦିପୁରରୁ ଆକାଶ କ୍ଷେପଣାସ୍ତ୍ରର ଏକ ନୂଆ ଭର୍ସନ ଆକାଶ ପ୍ରାଇମର ସଫଳ ପରୀକ୍ଷଣ । ଏହା ଆକାଶରେ ଥିବା ଏକ ମାନବ ବିହୀନ ଏରିଏଲ ଭେହିକ୍ ଲକୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା।

ସୋମବାର ଅପରାହ୍ନ ସାଢ଼େ ୪ଟା ବେଳେ ଏହାର ପରୀକ୍ଷଣ କରାଯାଇଥିଲା । ଏନେଇ ଡି.ଆର.ଡି.ଓ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶର ପୂର୍ବ ସଂସ୍କରଣ ଅପେକ୍ଷା ଏଥିରେ ଅତ୍ୟାଧୁନିକ ରେଡିଓ ଫ୍ରିକ୍ବେନ୍ସି ଲଗାଯାଇଛି। ଯାହାଦ୍ବାରା କି ଏହା ସହଜରେ ଶତ୍ରୁ ନିୟନ୍ତ୍ରଣରେ ଥିବା ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରିପାରିବ। ଏଥିସହିତ ଅଧିକ ଉଚ୍ଚତାରେ ଏବଂ କମ ତାପମାତ୍ରା ପରିବେଶରେ ମଧ୍ୟ ଏହା ନିର୍ଭୁଲ ଟାର୍ଗେଟ ଭେଦ କରିପାରିବ। ଏହି ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡି.ଆର.ଡି.ଓ.କୁ ଶୁଭେଚ୍ଛା ଜଣାଇଛନ୍ତି।

ଜଣେ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ଆକାଶ ତୁଳନାରେ ଆକାଶ ପ୍ରାଇମର ଲକ୍ଷ୍ୟଭେଦ କ୍ଷମତା ବେଶି । ଏଥିରେ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଡିଆରଡିଓ ଅଧ୍ୟକ୍ଷ ଜି ସତୀଶ ରେଡ୍ଡି ପରୀକ୍ଷଣ କରିଥିବା ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଭାରତୀ ସେନା ଓ ବାୟୁସେନାର ମନୋବଳକୁ ଆହୁରି ସୁଦୃଢ କରିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.