ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ, ଭୁବନେଶ୍ବର ଏଡିଜେ କୋର୍ଟଙ୍କ ଅନୁମତି

Published By : Prameya-News7 Bureau | December 10, 2020 IST

ଭୁବନେଶ୍ବର  ୧୦।୧୨ : ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ କୋର୍ଟଙ୍କ ଅନୁମତି । ରିମାଣ୍ଡରେ ନେବାକୁ ଭୁବନେଶ୍ବର ଏଡିଜେ କୋର୍ଟଙ୍କ ଅନୁମତି ଦେଇଛନ୍ତି । ଡେଭିଡ ପିଟର୍‌ର ବୟାନ ଅନୁଯାୟୀ ଆସନ୍ତାକାଲିଠୁ ଆକାଶଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।

ସେପଟେ ପ୍ରଦୀପ ପାଣିପଗ୍ରାହୀଙ୍କ ପିଏ ସର୍ବେଶ୍ବର ରାଓଙ୍କୁ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି । ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟରଙ୍କ ବୟାନ ଅନୁଯାୟୀ ହାଜର ହେବାକୁ ନୋଟିସ୍ । ସର୍ବେଶ୍ବର ସମେତ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.