‘ମୋତେ ବାପା ପରି ସ୍ନେହ କରନ୍ତି’- ଆକାଶ
21/07/2020 at 5:51 PM

ଭୁବନେଶ୍ବର୨୧/୭: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଓଡିଶା ସିନେ ଜଗତର ବେତାଜ ବାଦଶାହ ବିଜୟ ମହାନ୍ତି । ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି । ତାଙ୍କ ବିୟୋଗରେ ଓଡ଼ିଆ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ ଫିଲ୍ମ ଅଭିନେତା ଆକାଶ ଦାସନାୟକ କହିଛନ୍ତି ଯେ, ଫିଲ୍ମ ଜଗତରେ ପାଦ ଥାପିବା ପରେ ବିଜୟ ମହାନ୍ତି ତାଙ୍କ ହାତ ଧରି ଅଭିନୟ ଶିଖାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଜଣେ ଭଲ କଳକାର ହେବାକୁ ହେଲେ ପ୍ରଥମେ ଜଣେ ଭଲ ମଣିଷ ହେବାକୁ ପଡିବ। ତାଙ୍କ ବାପା ପରି ସ୍ନେହ କରୁଥିବା ଆକାଶ କହିଛନ୍ତି। ପ୍ରତ୍ୟେକ ଚରିତ୍ରକୁ ସେ ନିଖୁଣ ଭାବେ ଅଭିନୟ କରନ୍ତି। ଶେଷରେ ଆକାଶ କହିଛନ୍ତି, ଏଭଳି କଳାକାର ମିଳିବା ବିରଳ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021