ଆଇପିଏଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଏହି ଦଳଠୁ ମିଳିପାରେ କଡା ଟକ୍କର: ପୂର୍ବତନ ଭାରତୀୟ ଓପନର

Published By : Prameya-News7 Bureau | April 07, 2021 IST

ନୂଆଦିଲ୍ଲୀ ୦୭।୦୪: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ବିଶ୍ଵର ସବୁଠୁ ବଡ କ୍ରିକେଟ୍‌ ଲିଗ୍ ଆଇପିଏଲର ୧୪ଶ ସଂସ୍କରଣ। ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପରସ୍ପର ସହ ଲଢିବା ପାଇଁ ୮ ଟିମ୍ ସଂପୂର୍ଣ୍ଣ ପ୍ରସ୍ତୁତ। ଏହା ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ଆକାଶ ଚୋପ୍ରା କହିଛନ୍ତି ଯେ, ପାଞ୍ଚ ଥରର ଆଇପିଏଲ ଚମ୍ପିଆନକୁ ଚଳିତ ସିଜିନ୍‌ରେ କେଉଁ ଦଳଠୁ କଡା ଟକ୍କର ମିଳିପାରେ। ଚୋପ୍ରା କହିଛନ୍ତି, ଋଷଭ ପନ୍ତଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ବହୁତ ଶକ୍ତିଶାଳୀ ଦଳ। ଏହି ଦଳ ଗତ ସିଜିନ୍‌ରେ ଫାଇନାଲରେ ପ୍ରବେଶ କରିଥିଲା ଏବଂ ମୁମ୍ବାଇ ହାତରୁ ପରାଜିତ ହୋଇଥିଲା। ଦିଲ୍ଲୀର ଦଳ ଗତ ସିଜିନ୍‌ରେ ମୁମ୍ବାଇ ବିପକ୍ଷରେ ନିଜର ୪ଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା। ଏହା ସତ୍ତ୍ଵେ ବି ଚଳିତ ସିଜିନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଠୁ କଡା ଟକ୍କର ମିଳିପାରେ ବୋଲି ଆକାଶ ଚୋପ୍ରା କହିଛନ୍ତି।

ଆକାଶ ଚୋପ୍ରା ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦିଲ୍ଲୀ ଦଳର ମଜବୁତ ନେଇ ଆଲୋଚନା କରିଛନ୍ତି। ଏହି ଦଳରେ ଅନେକ ସକରାତ୍ମକ ପକ୍ଷ ରହିଛି। ମୋର ମନ ପସନ୍ଦ ଦଳ ମଧ୍ୟରୁ ଦିଲ୍ଲୀ କ୍ୟାପିଟାଲ୍ସ ଅନ୍ୟତମ। ଏହି ଦଳ କାଗଜରେ ମଧ୍ୟ ବହୁତ ଶକ୍ତିଶାଳୀ ନଜର ଆସୁଛି। ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ କଡା ଟକ୍କର ଦେଇପାରେ। ଦିଲ୍ଲୀ କ୍ୟାପିଟାଲ୍ସରେ ଭଲ ଭାରତୀୟ ଖେଳାଳି ଅଛନ୍ତି। ସେଥିରେ ଶିଖର ଧାଓ୍ଵନ, ଋଷଭ ପନ୍ତ, ପୃଥ୍ଵୀ ସ, ଆଜିଙ୍କ୍ୟ ରାହାଣେ, ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଷର ପଟେଲ, ଇଶାନ୍ତ ଶର୍ମା ଓ ଉମେଶ ଯାଦବ ସାମିଲ। ଏହା ବ୍ୟତୀତ ଦଳରେ ଅମିତ୍ର ମିଶ୍ରଙ୍କ ପରି ଅନୁଭବୀ ସ୍ପିନର ରହିଛନ୍ତି। ଦଳରେ ଅନେକ ମ୍ୟାଚ୍‌ ବିଜେତା ଖେଳାଳି ଅଛନ୍ତି।

ଆକାଶ ଚୋପ୍ରା କହିଛନ୍ତି, ଦିଲ୍ଲୀ ଦଳର ବୋଲିଂରେ ଅନେକ ବିବିଧତା ରହିଛି। ଦଳ ପାଖରେ ଭାରତୀୟ ଓ ବିଦେଶୀ ବୋଲରଙ୍କ ଭଲ ମିଶ୍ରଣ ଏବଂ ବିକଳ୍ପ ରହିଛି। ଦଳରେ କାଗିସୋ ରାବଡା, ଏନରିଚ୍ ନୋର୍ତ୍ତଜେଙ୍କ ବ୍ୟତୀତ କ୍ରିସ୍ ଓ୍ଵକ୍ସ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଇଶାନ୍ତ ଶର୍ମା, ଉମେଶ ଯାଦବ ଓ ଅବେଶ ଖାନଙ୍କ  ପରି ଭାରତୀୟ ଦ୍ରୁତ ବୋଲର ରହିଛନ୍ତି। ସ୍ପିନର ଭାବେ ଅକ୍ଷର ପଟେଲ ଓ ଅମିତ୍ ମିଶ୍ର ଅଛନ୍ତି। ମାର୍କସ ଷ୍ଟୋଇନିସ୍‌ଙ୍କ ପରି ଦମଦାର ଅଲରାଉଣ୍ଡର ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.