ଆରସିବିକୁ ନେଇ ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ: 'ବିରାଟ କୋହଲିଙ୍କୁ ମିଳିବ ଅରେଞ୍ଜ କ୍ୟାପ୍ କିନ୍ତୁ ଏଥର ବି ଟିମ୍...'

Published By : Prameya-News7 Bureau | April 05, 2021 IST

ମୁମ୍ବାଇ ୦୫/୦୪ : ବିରାଟ କୋହଲି ଭାରତର ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ। ତାଙ୍କ କ୍ୟାପିଟେନ୍ସିରେ ଭାରତ ନିକଟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ମଜବୁତ ଟିମକୁ ପରାସ୍ତ କରିଛି। କିନ୍ତୁ ଆଇପିଏଲ ଟ୍ରଫି ଜିତିବାର ତାଙ୍କ ସ୍ବପ୍ନ ଆଜି ବି ଅଧୁରା ଅଛି। ତାଙ୍କ କ୍ୟାପିଟେନ୍ସିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୧୬ ଆଇପିଏଲରେ ଫାଇନାଲ ମ୍ୟାଚ ଖେଳିଥିଲା। ସନରାଇଜର୍ସ ହାଇଦ୍ରାବାଦ ଆରସିବିକୁ ପରାସ୍ତ କରି ଆଇପିଏଲ ଟ୍ରଫି ଜିତିଥିଲେ। ଗତ ସିଜନରେ ମଧ୍ୟ ଆରସିବି ପ୍ଲେଅଫରେ ପହଞ୍ଚିଥିଲା କିନ୍ତୁ ଟ୍ରଫି ହାତେଇ ପାରିନଥିଲା। ବର୍ତ୍ତମାନ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା କମେଣ୍ଟେଟର ଆକାଶ ଚୋପ୍ରା ଆଇପିଏଲ ୨୦୨୧ରେ ଆରସିବିକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଆଇପିଏଲ୍ ୨୦୨୧ରେ ଆରସିବି ପ୍ଲେଅଫରେ ପହଞ୍ଚି ପାରିବନି।

ଆକାଶ ନିଜ ୟୁଟ୍ୟୁବରେ କଥା ହୋଇ କହିଛନ୍ତି ଯେ ଚଳିତ ସିଜନରେ ଆରସିବି ଗତ ସିଜନର ପ୍ରଦର୍ଶନ ଦୋହରାଇ ପାରିବନି। ସେ କହିଛନ୍ତି ଯଦି ଗତ ୩-୪ ସିଜନରେ ଆରସିବିର ପ୍ରଦର୍ଶନ ଦେଖାଯାଏ ତାହେଲେ ଗତଥର ପ୍ରଦର୍ଶନ ସର୍ବଶ୍ରେଷ୍ଠ ଥିଲା। କିନ୍ତୁ ଶେଷରେ ଟିମ୍ ବାଟବଣା ହୋଇଯାଇଥିଲା। ଏହା ହିଁ ଆରସିବିର ସମସ୍ୟା। ଯଦି ଆରସିବି ଆରମ୍ଭରୁ ଭଲ ପ୍ରଦର୍ଶନ ନ କରେ ତାହେଲେ ଲିଗରେ ଟିମକୁ ଅସୁବିଧା ହୋଇପାରେ।

{"id":433423,"sizeSlug":"large","linkDestination":"none"}

ଆକାଶ ଚୋପ୍ରା ଆଗକୁ କହିଛନ୍ତି, ବିରାଟ କୋହଲି ଏଥର ଆଇପିଏଲରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ ପ୍ରମାଣିତ ହେବେ। ଏଥିପାଇଁ ତାଙ୍କୁ ଅରେଞ୍ଜ କ୍ୟାପ୍ ମିଳିବ। କୋହଲି ଯେଉଁ ଫର୍ମରେ ଆଇପିଏଲକୁ ଆସିଛନ୍ତି ତାଙ୍କ ପାଇଁ ଏହା ମୁସକିଲ ନୁହେଁ। କୋହଲିଙ୍କ ଛଡା ଋଷଭ ପନ୍ତ, କେଏଲ ରାହୁଲ ଓ ଡେଭିଡ୍ ୱାର୍ନର୍ ମଧ୍ୟ ଅରେଞ୍ଜ କ୍ୟାପ୍ ଦାବିଦାର୍ ହୋଇପାରନ୍ତି।

ସୂଚନା ଅନୁଯାୟୀ, ଗତ ସିଜନରେ ଆରସିବି ଅଙ୍କ ତାଲିକାର ଚତୁର୍ଥ ସ୍ଥାନରେ ଥିଲା। ଟିମେ ୧୪ ରୁ ୭ଟି ମ୍ୟାଚ୍ ଜିତିଥିଲେ। ଆରସିବି ଏବେ ସୁଦ୍ଧା ୧୩ ସିଜନରୁ ୩ଥର ଆଇପିଏଲ ଫାଇନାଲ ଖେଳିଛି। ୨୦୦୯ ରେ ଟିମ୍ ଫାଇନାଲ ମ୍ୟାଚ ଖେଳିଥିଲା। ସେତେବେଳେ ଟିମର କ୍ୟାପଟେନ ଅନିଲ କୁମ୍ବଲେ ଥିଲେ। ସେତେବେଳେ ଡେକ୍କାନ୍ ଚାର୍ଜର୍ସ ଆରସିବିକୁ ୬ ରନରେ ହରାଇଥିଲେ। ଏହାପରେ ଡେନିଏଲ୍ ଭିଟୋରୀଙ୍କ କ୍ୟାପିଟେନ୍ସିରେ ଟିମ୍ ଫାଇନାଲରେ ପହଞ୍ଚିଥିଲା କିନ୍ତୁ ଫାଇନାଲ ମ୍ୟାଚ୍ ହାରି ଯାଇଥିଲା। ସିଏସକେ ଆରସିବିକୁ ୫୮ ରନରେ ପରାସ୍ତ କରିଥିଲା। ଏହାପରେ ୨୦୧୬ରେ କୋହଲିଙ୍କ କ୍ୟାପିଟେନ୍ସିରେ ଟିମ ଫାଇନାଲ ମ୍ୟାଚ୍ ହାରି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.