Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଆକାଶ ଚୋପ୍ରା ଚୟନ କଲେ ଚେନ୍ନାଇ ଟେଷ୍ଟର ଚୂଡାନ୍ତ ଏକାଦଶ, ଏହି ଖେଳାଳିଙ୍କୁ ମିଳିଲାନି ସ୍ଥାନ

31/01/2021 at 8:46 PM

ନୂଆଦିଲ୍ଲୀ ୩୧।୦୧: ପୂର୍ବତନ ଭାରତୀୟ କ୍ରିକେଟ୍‌ର ଓ ପ୍ରସିଦ୍ଧ ଭାଷ୍ୟକାର ଆକାଶ ଚୋପ୍ରା ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ତିନି ଜଣ ସ୍ପିନରଙ୍କୁ ଖେଳାଇବା ନେଇ ନିଜର ମତ ରଖିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ଫେବୃଆରୀ ୫ରେ ଚେପକ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ଉମେଶ ଯାଦବ ଉପଲବ୍ଧ ରହିବେ ନାହିଁ। ଏହା ସତ୍ଵେ ବି ଆକାଶ ଚୋପ୍ରା ଚୂଡାନ୍ତ ଏକାଦଶରେ ମହମ୍ମଦ ସିରାଜଙ୍କୁ ଚୟନ କରି ନାହାନ୍ତି। ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ନେଇଥିଲେ।

ଆକାଶ ଚୋପ୍ରା ନିଜର ଚୂଡାନ୍ତ ଏକାଦଶରେ ଓପନିଂ ଭାବେ ରୋହିତ ଶର୍ମା ଓ ଶୁବମାନ ଗିଲ୍‌ଙ୍କୁ ଚୟନ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଗିଲ୍‌ ଦମଦାର ପ୍ରଦର୍ଶନ କରିଥିବା ବେଳେ ରୋହିତଙ୍କ ଘରୋଇ ରେକର୍ଡ ଚମତ୍କାର ରହିଛି। ତୃତୀୟରେ ରହିଛନ୍ତି ଚେତେଶ୍ଵର ପୂଜାରା। ଚତୁର୍ଥରେ ବିରାଟ କୋହଲି ଓ  ପଞ୍ଚମରେ ଆଜିଙ୍କ୍ୟ ରାହାଣେ ରହିଛନ୍ତି। ଓ୍ଵିକେଟ୍ କିପର ଭାବେ ଚୋପ୍ରା ଋଷଭ ପନ୍ତଙ୍କ ଉପରେ ଗୁରୁତ୍ଵାରୋପ କରିଛନ୍ତି। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରଙ୍କୁ ଚୟନ କରିଛନ୍ତି। ସୁନ୍ଦର ବ୍ରିସବେନରେ ମିଳିଥିବା ଐତିହାସିକ ବିଜୟର ପ୍ରଥମ ଇନିଂସରେ ୬୨ ରନ ଏବଂ ଦ୍ଵିତୀୟ ଇନିଂସରେ ୨୨ ରନ କରିଥିଲେ। ଏହା ବ୍ୟତୀତ ସେ ପଦାର୍ପଣ ମ୍ୟାଚ୍‌ରେ ୪ ଓ୍ଵିକେଟ୍ ନେଇଥିଲେ।

ଚୋପ୍ରା ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରେ ରଖିଛନ୍ତି। ରବିଚନ୍ଦ୍ରନ ଅଶ୍ଵିନଙ୍କ ସହ କୁଲଦୀପ ଯାଦବ ସ୍ପିନ ବୋଲିଂ ବିଭାଗ ସମ୍ଭାଳିବେ। ପନ୍ତ, ସୁନ୍ଦର ଓ ଅଶ୍ଵିନ ନମ୍ବର ୮ ପର୍ଯ୍ୟନ୍ତ ଭାରତୀୟ ବ୍ୟାଟିଂକୁ ମଜବୁତ ପ୍ରଦାନ କରିବେ। ସେ ଇଶାନ୍ତ ଶର୍ମାଙ୍କୁ ଯଶପ୍ରୀତ ବୁମରାଙ୍କ ଯୋଡିଦାର କରିଛନ୍ତି। ବଡ କଥା ଡେବ୍ୟୁ ସିରିଜ୍‌ରେ ୧୩ ଓ୍ଵିକେଟ୍ ନେଇଥିବା ସିରାଜକୁ ଦଳରୁ ବାହାରେ ରଖିଛନ୍ତି।

ଆକାଶ ଚୋପ୍ରାଙ୍କ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଓ୍ଵାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ଵିନ, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରା।

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ରୋହିତ ଶର୍ମା, ଚେତେଶ୍ଵର ପୂଜାରା, ଶୁବମାନ ଗିଲ୍, ମୟଙ୍କ ଅଗ୍ରଓ୍ଵାଲ, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ଵାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଋଷଭ ପନ୍ତ, ଋଦ୍ଧିମାନ ଶାହା, କେଏଲ ରାହୁଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର।

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ

ଜୋ ରୁଟ୍(ଅଧିନାୟକ), ଜ୍ୟାକ କ୍ରାଉଲି, ଡାନିଏଲ ଲରେନ୍ସ, ଡମନିକ ସିବଲେ, ମୋଇନ ଅଲ୍ଲୀ, ବେନ ଷ୍ଟୋକ୍ସ, କ୍ରିସ୍ ଓ୍ଵକ୍ସ, ରରି ବର୍ନସ, ଜୋସ୍ ବଟଲର(ଓ୍ଵିକେଟ୍ କିପର), ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜେମ୍ସ ଆଣ୍ଡରସନ, ଡମନିକ ବେସ୍, ଷ୍ଟୁଆର୍ଟ ବ୍ରଡ, ଜ୍ୟାକ୍ ଲିଚ୍ ଓ ଓଲି ଷ୍ଟୋନ।

   Related Posts