ଦିଲ୍ଲୀ ହିଂସା ପାଇଁ ବିଜେପି ଉପରେ ବର୍ଷିଲେ ସହଯୋଗୀ ଅକାଳୀ ଦଳ ନେତା ବାଦଲ, କହିଲେ ଦେଶରେ ନାହିଁ ଗଣତନ୍ତ୍ର

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ ୨୮।୨: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ରାଜଧାନୀରେ ହିଂସା ଅତ୍ୟଧିକ ଭୟଙ୍କର ରୂପ ନେଇସାରିଛି । ଦିଲ୍ଲୀରେ CAAକୁ ବିରୋଧ କରି ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ବିରୋଧ ଦେଖାଦେଇଥିଲା । ହିଂସା ଏତେ ଭୟାନକ ହେଲାଯେ, ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦେଶରେ ରାଜଧାନୀରେ ଏପରି ହିଂସାକୁ ନେଇ ସାରାଦେଶରେ ବିରୋଧାଭାସ ଦେଖାଦେଇଥିଲା । ବିରୋଧୀ ବିରୋଧ କରୁଥିବା ବେଳେ NDA ସହଯୋଗୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । NDA ସହଯୋଗୀ ଅକାଳୀ ଦଳ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଆପତ୍ତି ଉଠାଇଛି ।

ଦିଲ୍ଲୀରେ ହୋଇଥିବା ହିଂସାକୁ NDAର ସହଯୋଗୀ ଦଳ ଶିରୋମନୀ ଅକାଳି ଦଳ ଆପତ୍ତି ଉଠାଇଛି । ଅକଳା ଦଳ ନେତା ପ୍ରକାଶ ସିଂହ ବାଦଲ କହିଛନ୍ତି ଯେ, ଦିଲ୍ଲୀରେ ହୋଇଥିବା ହିଂସା ଅତ୍ୟନ୍ତ ଦୁର୍ଭାଗପୂର୍ଣ୍ଣ । ଦେଶରେ ଆଉ ଗଣତନ୍ତ୍ର ବଞ୍ଚିନାହିଁ । ଯାହାକି ଦେଶ ପାଇଁ ଉଚିତ୍ ନୁହେଁ  ବୋଲି ଜଣାପଡିଛି । ସମ୍ବିଧାନର ଧର୍ମନିରପେକ୍ଷତା, ସମାଜବାଦ ଓ ଲୋକତନ୍ତ୍ର ରହିଛି । କିନ୍ତୁ କେହିବି ହେଲା ସମାଜବାଦୀ ନାହାନ୍ତି ।  ଧର୍ମନିରପେକ୍ଷତା ଓ ଲୋକତନ୍ତ୍ର କେବଳ ଦୁଇ ସ୍ତରରେ ହୋଇ ରହିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.