Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ

1/12/2021 at 7:53 PM

ନୂଆଦିଲ୍ଲୀ ୦୧/୧୨ : ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ସଫଳତା। ଦିଲ୍ଲୀ ବିଧାନସଭାର ପୂର୍ବତନ ସଦସ୍ୟ ତଥା ଶିରୋମଣି ଅକାଳି ଦଳର ଧୁରିଣ ନେତା ମନଜିନ୍ଦର ସିଂହ ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପରିଚାଳନା ସମିତିରେ ସଭାପତି ଥିଲେ। ସେ ବୁଧବାର ଅକାଳି ଦଳ ଓ ଗୁରୁଦ୍ୱାର ପରିଚାଳନା ସମିତିରୁ ଇସ୍ତଫା ଦେଇଛନ୍ତି। ମନଜିନ୍ଦର ବିଜେପିରେ ମିଶିବା ଆସନ୍ତା ପଞ୍ଜାବ ସାଧାରଣ ନିର୍ବାଚନରେ ଦଳ ପାଇଁ ବହୁତ ଲାଭଦାୟକ ହେବ। ସେ ଗୁରୁଦ୍ୱାର ପରିଚାଳନା ସମିତିରେ ସଭାପତି ଥିବାରୁ ତାଙ୍କର ଶିଖ୍‌ମାନଙ୍କ ସହିତ ଭଲ ସମ୍ପର୍କ ରହିଛି। ଫଳରେ ତାଙ୍କର ଦଳଡିଆଁ ଆସନ୍ତା ପଞ୍ଜାବ ନିର୍ବାଚନରେ ବିଜେପିକୁ ଶିଖ୍ ଭୋଟ୍ ହାତେଇବାରେ ସହାୟକ ହେବ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଦଳ ପ୍ରତି ଆକର୍ଷିତ କରିବାରେ ସଫଳ ହୋଇଥିବା ବିଜେପି ଏବେ ମନଜିନ୍ଦରଙ୍କୁ ଦଳରେ ସାମିଲ୍ କରି ଦଳକୁ ମଜବୁତ କରିବା ଦିଗରେ ପାଦେ ଆଗେଇଛି। ଏବେ ମନଜିନ୍ଦର ବିଜେପି ପାଇଁ ଆସନ୍ତା ନିର୍ବାଚନରେ ପ୍ରଚାର ପାଇଁ ପ୍ରମୁଖ ଚେହେରା ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପରେ ପଞ୍ଜାବରେ ଦଳକୁ ଆଉ ଏକ ସଫଳତା ମିଳିଛି। ଶିଖ୍ ଗୁରୁଦ୍ୱାର ପରିଚାଳନା ସମିତିରୁ ଇସ୍ତଫା ଦେଇ ମନଜିନ୍ଦର ଲେଖିଛନ୍ତି କିଛି ବ୍ୟକ୍ତିଗତ କାରଣ ପାଇଁ ମୁ ସଭାପତି ପଦରୁ ଇସ୍ତଫା ଦେଇଛି। ଦିଲ୍ଲୀରେ ମନଜିନ୍ଦରଙ୍କ ଭଲ ଲୋକପ୍ରିୟତା ରହିଛି । ରାଜଧାନୀରେ ଅକାଳି ଦଳର ଲୋକମତ ସୃଷ୍ଟି କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି। ମନଜିନ୍ଦର ହଠାତ ଅକାଳି ଦଳ ଛାଡ଼ିବା ପଞ୍ଜାବରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଅକାଳି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

   Related Posts