ପଞ୍ଜାବ ବିଧାନସଭାରେ ସିଦ୍ଧୁଙ୍କ ଫଟୋ ପୋଡି ଇସ୍ତଫା ଦାବି କଲେ ଅକାଳି ଦଳ ନେତା
18/02/2019 at 3:00 PM

ଚଣ୍ଡୀଗଡ଼ ୧୮/୨ : ପୁଲଓ୍ବାମା ଆତଙ୍କୀ ହମଲା ଉପରେ ବୟାନ ରଖି ଫସି ଯାଇଛନ୍ତି ସିଦ୍ଧୁ | ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଆଜି ପଞ୍ଜାବ ବିଧାନସଭାରେ ବହୁତ ନାରାବାଜି ହୋଇଥିଲା | ପଞ୍ଜାବ ବିଧାନସଭାରେ ଆଜି ବଜେଟ ସେସନ ଚାଲିଥିଲା | ବଜେଟ ସେସନବେଳେ ବିଧାନସଭାରେ ସିଦ୍ଧୁଙ୍କ ଫଟୋ ଜାଳି ଦେଇଥିଲେ | ପଞ୍ଜାବର ଅର୍ଥ ମନ୍ତ୍ରୀ ମନପ୍ରୀତ ସିଂ ବାଦଲ ବଜେଟ ଉପସ୍ଥାପନା ବେଳେ ଅକାଳି ଦଳ ନେତାମାନେ ସରକାରଙ୍କୁ ସିଦ୍ଧୁଙ୍କ ଇସ୍ତଫା ଦାବି କରିଥିଲେ |
ଖବରକାଗଜରେ ପ୍ରସାରିତ ହୋଇଥିବା ସିଦ୍ଧୁଙ୍କ ବୟାନକୁ ଟାର୍ଗେଟ କରି ତାଙ୍କର ଇସ୍ତଫା ଦାବି କରିଥିଲେ | ଅକାଳି ଦଳର ହଙ୍ଗାମା ପରେ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା |

ବାଚଷ୍ପତ୍ତି ଗୃହରେ ଶାନ୍ତି ବଜାୟ ରଖିବା ପାଇଁ ଯେତେ ଅପିଲ କରିଥିଲେ ମଧ୍ୟ ତାଙ୍କ କଥା ଶୁଣିନଥିଲେ | ଅକାଳି ଦଳର ବିଧାୟକ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତର ପୁରୁଣା ରିପୋର୍ଟ ବିଧାନସଭାରେ ପେଶ କରିଥିଲେ | ଅକାଳି ଦଳ ନେତା ପାକିସ୍ତାନ ସେନା ମୁଖ୍ୟଙ୍କ ସହିତ ସିଦ୍ଧୁଙ୍କ ଫଟୋ ଦେଖାଇ ତାଙ୍କୁ ପାକିସ୍ତାନର ଚମଚା ବୋଲି କହିଥିଲେ | ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ | ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କଟୁ ମନ୍ତବ୍ୟର ଶିକାର ହୋଇଥିଲେ ସିଦ୍ଧୁ |