Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ୟୁପି ରାଜନୀତି ସରଗରମ, ପୂର୍ବତନ ଆଇଏଏସ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘନିଷ୍ଠ ଏକେ ଶର୍ମାଙ୍କୁ ବଡ ଦାୟିତ୍ଵ

19/06/2021 at 5:50 PM

ଲକ୍ଷ୍ନୌ ୧୯।୦୬: ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ତଥା ପୂର୍ବତନ ଆଇଏଏସ ଅଧିକାରୀ ଏକେ ଶର୍ମାଙ୍କୁ ବିଜେପିରେ ବଡ ଦାୟିତ୍ଵ ମିଳିଛି। ଏକେ ଶର୍ମାଙ୍କୁ ଉତ୍ତର ପ୍ରଦେଶ ଉପ ସଭାପତି ପଦ ମିଳିଛି। ଆଇଏଏସରୁ ଇସ୍ତଫା ଦେଇ ରାଜନୀତିକୁ ଆସିବା ପରେ ଫେବୃଆରୀରେ ତାଙ୍କୁ  ବିଧାନ ପରିଷଦକୁ ନିର୍ବାଚିତ କରାଯାଇଥିଲା। ଗତ କିଛି ସମୟ ଧରି ତାଙ୍କୁ ଯୋଗୀ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଏବଂ ଉପ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

ଏମଏଲସି ହେବା ପରେ ଉତ୍ତର ପ୍ରଦେଶରେ ଖୁବ୍ ସକ୍ରିୟ ଥିଲେ ଏକେ ଶର୍ମା। ବିଭିନ୍ନ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ଅଭିଯାନରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ କରୋନାକୁ ନିୟନ୍ତ୍ରଣ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଥିଲା। ଅରବିନ୍ଦ କୁମାର ଶର୍ମା ହେଉଛନ୍ତି ୧୯୮୮ ବ୍ୟାଚ୍‌ର ଗୁଜରାତ କ୍ୟାଡରର ଆଇଏଏସ ଅଫିସର। ୨୦୨୧ ଜାନୁଆରୀ ୧୪ରେ ସେ ଲକ୍ଷ୍ନୌରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ଏକେ ଶର୍ମାଙ୍କ ବ୍ୟତୀତ ଆଉ କିଛି ନେତାଙ୍କୁ ପାର୍ଟିରେ ନୂତନ ଦାୟିତ୍ଵ ଦିଆଯାଇଛି।

ବିଜେପି ମୁଖପାତ୍ର ମନୀଷ ଶୁକ୍ଳା କହିଛନ୍ତି, ଏହି ସବୁ ନିଯୁକ୍ତିରେ ପାର୍ଟି ସଂଗଠନ ଆହୁରି ଦୃଢ ହେବ। ବିଶେଷ କରି ଏକେ ଶର୍ମା ମଉରୁ ଆସିଛନ୍ତି। ସେଠାରେ ତାଙ୍କର ପତିଆରା ବହୁତ ଭଲ ରହିଛି। ଏଥିରେ ପାର୍ଟିକୁ ଆହୁରି ଫାଇଦା ମିଳିବ। ପୂର୍ବାଞ୍ଚଳରେ ବିଜେପି ଆହୁରି ସଶକ୍ତ ହେବାରେ ବେଶ୍ ସହାୟତା ମିଳିବ। ସେ ଦୀର୍ଘ ବର୍ଷ ଧରି ପ୍ରଶାସନିକ ପଦରେ ରହିଥିଲେ, ତାଙ୍କର ଏହି ଅନୁଭବ ପାର୍ଟିକୁ ମିଳିବ ବୋଲି ଶୁକ୍ଳା କହିଛନ୍ତି।

ଏକେ ଶର୍ମାଙ୍କ ବ୍ୟତୀତ ଦୁଇ ଜଣଙ୍କୁ ରାଜ୍ୟ ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ଲକ୍ଷ୍ନୌର ଅର୍ଚ୍ଚନା ମିଶ୍ର ଓ ବୁଲନ୍ଦସହର ଅମିତ୍ ବାଲ୍ମିକୀଙ୍କୁ ରାଜ୍ୟ ସଂପାଦକ କରାଯାଇଛି।

   Related Posts