ଭାରତ-ଋଷ ମଧ୍ୟରେ AK-47 203 ରାଇଫଲ୍‌ର ଫାଇନାଲ୍ ଡିଲ୍ : ଗୋଟିଏ ମିନିଟରେ ୬୦୦ ଗୁଳି

Published By : Prameya-News7 Bureau | September 04, 2020 IST

ନୂଆଦିଲ୍ଲୀ ୦୪/୦୯ : ଭାରତ ଓ ଋଷ ମଧ୍ୟରେ ଏକେ-୪୭ (AK-47 203)ରାଇଫଲକୁ ନେଇ ଚୁକ୍ତି ଫାଇନାଲ ହୋଇଛି | ବର୍ତ୍ତମାନ ଭାରତରେ ରାଇଫଲ ପ୍ରସ୍ତୁତ କରାଯିବ | ଏକେ-୪୭ ୨୦୩ କୁ ଏକେ-୪୭ ରାଇଫଲର ସବୁଠାରୁ ଆଡ଼ଭାନ୍ସ ଭର୍ସନ କୁହାଯାଏ | ବର୍ତ୍ତମାନ ଏହା ଇଣ୍ଡିଆନ ସ୍ମଲ ଆର୍ମଡ଼ ସିଷ୍ଟମ ଅସଲ୍ଟ ରାଇଫଲର ସ୍ଥାନ ନେବ | ଏହି ସଉଦାରେ ଏସସିଓ (ସାଂଘାଇ କର୍ପୋରେସନ ଅର୍ଗାନାଇଜେସନ) ସମିଟ ଅନୁଯାୟୀ ସହମତି ହୋଇଛି | ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ସମିଟରେ ଯୋଗ ଦେବାକୁ ଋଷରେ ଅଛନ୍ତି | ଏହାର ବିଶେଷତ୍ୱ ହେଲା ଏହା ପୁରୁଣା ମଡେଲ ଠାରୁ ଅଧିକ ପ୍ରଭାବଶାଳୀ | ଏହି ରାଇଫଲ ହିମାଳୟ ଭଳି ଉଚ୍ଚତମ ସ୍ଥାନ ପାଇଁ ସର୍ବୋତ୍ତମ |

ଚୀନ ଲଦାଖରୁ ପୂର୍ବାଞ୍ଚଳ ରାଜ୍ୟ ସୀମା ଯାଏଁ ଉତ୍ତେଜନା ଲାଗି ରହିଛି | ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସା ଘଟଣାକୁ ଦୃଷ୍ଟିରେ ରଖି ଏହି ଡିଲ ଏକ ମହତ୍ଵପୁର୍ଣ ମଉକାରେ କରାଯାଇଛି | ଭାରତୀୟ ସେ ସେନାରେ ୧୯୯୬ ମସିହାରୁ INSAS ବ୍ୟବହାର କରାଯାଉଛି ଏବଂ ସେଥିରେ ହିମାଳୟ ପର୍ବତ ଉଚ୍ଚତାରେ ଯେମିଙ୍ଗ ଓ ମ୍ୟାଗେଜିନ କରେଙ୍କ ଭଳି ସମସ୍ୟା ସୃଷ୍ଟି ହେବାକୁ ଲାଗିଛି | 

ଋଷର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଭାରତୀୟ ସେନାକୁ ପାଖାପାଖି ୭ ଲକ୍ଷରୁ ଅଧିକ ଏକେ-୨୭ ୨୦୩ ରାଇଫଲ ଆବଶ୍ୟକ | ଏଥିରୁ ୧ ଲକ୍ଷ ରାଇଫଲ ଆମଦାନୀ କରାଯିବ ଏବଂ ବାକିତକ ଦେଶରେ ପ୍ରସ୍ତୁତ କରାଯିବ |

{"id":324803,"width":568,"height":318,"sizeSlug":"large"}

ଋଷର ସ୍ପୁତନିକ ନ୍ୟୁଜ ଅନୁଯାୟୀ, ଭାରତୀୟ ସେନାକୁ ୭.୭ ଲକ୍ଷ ରାଇଫଲ ଆବଶ୍ୟକ | ଭାରତରେ ରାଇଫଲ ନିର୍ମାଣ ଇଣ୍ଡୋ-ଏସିଆ ରାଇଫଲ ପ୍ରାଇଭେଟ ଲିମିଟେଡ଼ (IRRPL) ର ସଂଯୁକ୍ତ ଅପରେସନ ଅନୁସାରେ କରାଯିବ | ଏହା ଅର୍ଡିନେନ୍ସ ଫ୍ୟାକ୍ଟ୍ରି ବୋର୍ଡ (OFB) ଏବଂ କାଲାସ୍ନିକୋବ କଂସର୍ନ ଏବଂ ରୋସୋବୋରୋନଏକ୍ସପର୍ଟ ମଧ୍ୟରେ ହୋଇଥିବା ଡିଲ | ଋଷ ନିର୍ମିତ ଏକେ-୪୭ ୨୦୩ ରାଇଫଲ ଦୁନିଆର ସବୁଠାରୁ ଆଧୁନିକ ଏବଂ ଘାତକ ରାଇଫଲମାନଙ୍କ ମଧ୍ୟରୁ ଗୋଟିଏ | ପ୍ରତ୍ୟେକ ରାଇଫଲର ଦାମ ୧୧୦୦ ଡଲାର | ଏଥିରେ ଟେକ୍ନୋଲୋଜି ଟ୍ରାନ୍ସଫର ଉତ୍ପାଦନ ୟୁନିଟ ସ୍ଥାପିତ କରିବା ମୂଲ୍ୟ ସାମିଲ ରହିଛି | AK-203 ହାଲୁକା ଏବଂ ଛୋଟ ଯେଉଁଥିପାଇଁ ତାକୁ ନେବା ଆଣିବା କରିବା ସହଜସାଧ୍ୟ | ଏଥିରେ ୭.୬୨ ଏମଏମ ଗୁଳି ବ୍ୟବହାର କରାଯାଏ | 

ଆଇଆରପିଏଲରେ ଅର୍ଡିନେନ୍ସ ଫାକ୍ଟ୍ରି ବୋର୍ଡର ୫୦.୫ ପ୍ରତିଶତ ଅଂଶଧନ ରହିବ | ଏଥିରେ ଋଷର କ୍ଲାସିନକୋବ ଗ୍ରୁପର ୪୨ ପ୍ରତିଶତ ଅଂଶଧନ ରହିବ | ଋଷର ସରକାରୀ ଏକ୍ସପର୍ଟ ଏଜେନ୍ସି ରୋସୋବୋରୋନ ଏକ୍ସପର୍ଟ ବାକିଥିବା ୭.୫ ପ୍ରତିଶତ ଅଂଶଧନ ରଖିବ | ୭.୬୨*୩୯ ଏମଏମ ରାଇଫଲକୁ ଉତ୍ତର ପ୍ରଦେଶ ଅମେଠି ସ୍ଥିତ ଅର୍ଡିନେନ୍ସ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ କରାଯିବ | ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ଏହି ଫ୍ୟାକ୍ଟ୍ରି ଉଦଘାଟନ କରିଥିଲେ |

ଏହି ରାଇଫଲ ଏକ ମିନିଟରେ ୬୦୦ ଗୁଳି ଅର୍ଥାତ ଏକ ସେକେଣ୍ଡରେ ୧୦ ଗୁଳି ଦାଗି ପାରିବ | ଏହାକୁ ଅଟୋମେଟିକ ଓ ସେମି ଅଟୋମେଟିକ ମୋଡ଼ରେ ବ୍ୟବହାର କରାଯାଇ ପାରିବ | ଏହାର ମାରକ କ୍ଷମତା ୪୦୦ ମିଟର | ସୁରକ୍ଷାବଳଙ୍କୁ ଦିଆଯିବାକୁଥିବା ଏହି ରାଇଫଲ ଲୋଡ଼ ହେବାପରେ ଏହାର ଓଜନ ୪ କିଲୋ ପାଖାପାଖି ହେବ | 

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବାକୁ ବୁଧବାର ଦିନ ଋଷ ରାଜଧାନୀ ମସ୍କୋ ଯାଇଥିଲେ | ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜନାଥ ସିଂହ ଋଷ ପକ୍ଷରୁ ଭାରତକୁ ଏସ-୪ଊ ମିସାଇଲ ରକ୍ଷା ପ୍ରଣାଳୀ ସମୟରେ ଯୋଗାଇବା ସୁନିଶ୍ଚିତ କରିବା ପାଇଁ ଅନୁରୋଧ କରିବେ | ଭାରତକୁ ଏସ-୪୦୦ ମିସାଇଲର ପ୍ରଥମ ଖେପ ୨୦୨୧ ଶେଷ ସୁଦ୍ଧା ନିର୍ଧାରିତ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.