ଜାଣନ୍ତୁ କୃଷି ବିଲ୍ ଭୋଟିଂ ସମୟରେ ରାଜ୍ୟସଭାରେ କାହିଁକି ହେଲା ହଙ୍ଗାମା? ବିଲ୍ କପି ଫାଡିବା ସହ ମାଇକ ଭାଙ୍ଗିଲେ ବିରୋଧୀ

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦/୦୯: ଆଜି (ରବିବାର) ରାଜ୍ୟସଭାରେ ୨ଟି କୃଷି ବିଲ ଉପସ୍ଥାପିତ ହୋଇଛି। କଂଗ୍ରେସ ସମେତ ଅନେକ ଦଳ ଏହାର ବିରୋଧ କରିଛନ୍ତି। ଏହା ଉପସ୍ଥାପିତ ହେବା ପରେ ବିରୋଧୀମାନେ ହଙ୍ଗାମା କରିଛନ୍ତି। ଏପରିକି ବିଲକୁ ନେଇ ଆଲୋଚନା ଚାଲୁଥିବା ବେଳେ ବିରୋଧୀ ବିଲର କାଗଜ ପତ୍ର ଛଡ଼ାଇ ନେବା ସହ ମାଇକ୍ ଭାଙ୍ଗିଲେ। କେବଳ ଏତିକି ନୁହେଁ ଉପସଭାପତିଙ୍କ ଉପରେ ରୁଲ ବୁକ୍ ମଧ୍ୟ ଫିଙ୍ଗିଛନ୍ତି।

ବିଲ ଉପରେ ଭୋଟିଂ ଚାଲିବା ସମୟରେ ଅଦ୍ଭୂତପୂର୍ବ ହଙ୍ଗାମା ହୋଇଛି। ବିଲର ଚର୍ଚା ଉପରେ କୃଷି ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଉପସଭାପତି ବିଲ ଉପରେ ଭୋଟ ଦେବା ପର୍ଯ୍ୟନ୍ତ ପ୍ରକ୍ରିୟା ବଢ଼ାଇବାକୁ ସାଂସଦଙ୍କ ରାୟ ମାଗିଲେ। ଏହି ସମୟରେ ଶାସକ ଦଳ ହଁରେ ଉତ୍ତର ରଖିବାରୁ ବିରୋଧୀ ଦଳର ବହୁ ସାଂସଦ ଏହାକୁ ସ୍ଥଗିତ ରଖିବା ନେଇ ହଙ୍ଗାମା କରିଥିଲେ। ହଙ୍ଗାମା ମଧ୍ୟରେ କୃଷି ମନ୍ତ୍ରୀ ନିଜ କଥା ପୂରା କରିଥିଲେ ଓ ବିଲକୁ ନେଇ ସଂଶୋଧନ ପ୍ରସ୍ତାବରେ ଭୋଟିଂ ଆରମ୍ଭ ହୋଇଥିଲା। ତେବେ ଏଭଳି ହଙ୍ଗାମା ଯୋଗୁ ଦ୍ବିପହର ୧.୪୧ ମିନିଟ୍ ପର୍ଯ୍ୟନ୍ତ ଗୃହ ସ୍ଥଗିତ ରହିଲା।

ଆଜି କୃଷକ ଉତ୍ପାଦନ ବ୍ୟପାର ଓ ବାଣିଜ୍ୟ ବିଲ ୨୦୨୦ ତଥା କୃଷକ ​‌(ସଶ୍ତିକରଣ ଓ ସଂରକ୍ଷଣ) ଆଶ୍ପାସନା ଓ କୃଷି ସେବା ବିଲ ୨୦୨୦ରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଛି।  ତେବେ ସରକାର ଏହାକୁ ଐତିକହାସକ କହିବା ସହ ଏହି ବିଲ୍ ଚାଷୀଙ୍କ ଜୀବନର କ୍ରାନ୍ତିକାରୀ ପରିବର୍ତନ ବୋଲି କହିଛନ୍ତି।

wp:core-embed/twitter {"url":"https://twitter.com/ANI/status/1307594329460887552","type":"rich","providerNameSlug":"twitter","className":""}
https://twitter.com/ANI/status/1307594329460887552
/wp:core-embed/twitter

ଆଲୋଚନାରେ ବିରୋଧୀଙ୍କ ଚିନ୍ତା ଦୂର କରିବାକୁ ଚେଷ୍ଟା କରାଯାଇଛି। ହଙ୍ଗାମା ମଧ୍ୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ପିଏମ ମୋଦି ୨୦୧୪ରେ କାର୍ଯ୍ୟଭାର ସମ୍ଭାଳିବା ପରେ କହିଥିଲେ ଚାଷୀଙ୍କ ଆମଦାନି ଦୁଇ ଗୁଣ କରିବା ପାଇଁ ସରକାର କାମ କରି​‌ବେ। ଏଥିପାଇଁ ଏ ବିଲ୍ ହିଁ ଫଳପ୍ରଦ। ଚାଷୀଙ୍କ ଆମଦାନୀଙ୍କୁ ଦୁଇ ଗୁଣ କରିବା ପାଇଁ ୬ ବର୍ଷ ହେବ ଚେଷ୍ଟା କରାଯାଉଛି।

କୃଷି ମନ୍ତ୍ରୀ କହିଛନ୍ତି କିଛି ସଦସ୍ୟ ଏମଏସପିର ଆଲୋଚନା କରୁଛନ୍ତି। ଏହା ଉପରେ ଯେତେବେଳେ ଲୋକସଭା ଚର୍ଚା ହେଉ ଥିଲା କିଛି ସଦସ୍ୟଙ୍କୁ ସେମାନଙ୍କ ମତ ପ୍ରକାଶ କରିବା ପାଇଁ କୁହାଯାଇଥିଲା। ପିଏମ ମଧ୍ୟ ଦେଶକୁ ଆଶ୍ସାସନା ଦେଇଛନ୍ତି ଏମଏସପି ସହ ଏହାର କିଛି ସମ୍ପର୍କ ନାହିଁ। ସ୍ବାମୀନାଥନ ଆୟୋଗ ତରଫରୁ ଯେଉଁ ସୁପାରିଶ କରାଯାଇଛି ସେଥିରେ ଏହା ମଧ୍ୟ ଏଥିରୁ ଗୋଟିଏ ଅଛି ଯାହା ଚାଷୀଙ୍କ ଖର୍ଚରେ ୫୦ ପ୍ରତିଶତ ଲାଭ ଯୋଡାଯାଇ ଏମଏସପିର ଘୋଷଣା କରାଗଲା। ଏହାକୁ ପିଏମ ମୋଦି ଲାଗୁ କଲେ। ୨୦୧୫-୧୬ରେ ଧାନର ଏମଏସପି ୧୪୧୦ ଟଙ୍କା ଥିଲା ଯାହା ୨୦୧୯-୨୦ରେ ୧୮୧୫ ଟଙ୍କା ହୋଇଯାଇଛି। କ୍ରମାଗତ ଏମଏସପିରେ ବୃଦ୍ଧି ହେଉଛି। ପ୍ରଥମଥର ପାଇଁ ଏମିତି ହୋଇଛି ଯେ କୃଷି କ୍ଷେତ୍ର ପାଇଁ ଲକ୍ଷେ ଟଙ୍କାର ପ୍ୟାକେଜ ଦିଆଯାଇଛି।

ଏହା ପୂର୍ବରୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ତୋମାର ଏହି ବିଧେୟକକୁ ଉପସ୍ଥାପନ କରି କହିଛନ୍ତି ଏହି ବିଲର ପ୍ରାବଧାନ ଅନୁସାରେ ଚାଷୀ କେଉଁଠି ନିଜ ଫସଲକୁ ବିକ୍ରି କରିପାରିବ ଓ ନିଜ ଇଚ୍ଛାରେ ଫସଲ ବିକ୍ରି କରିବାର ସ୍ବାଧୀନତା ମିଳିବ। ସେ କହିଛନ୍ତି ଏଥିରେ ଚାଷୀଙ୍କୁ ସଂରକ୍ଷଣ ପ୍ରଦାନ କରିବା ପ୍ରାବଧାନ ରହିଛି। ବିହନ ବୁଣିବା ସମୟରେ ଏହାର ମୂଲ୍ୟ ସୁନିଶ୍ଚିତ କରିବା ମଧ୍ୟ ଏଥିରେ ରହିଛି।

କୁହାଯାଉଛି ଯେ ଚାଷୀଙ୍କ ପାଖରେ ନିଜ ଫସଲ ବିକିବା ପାଇଁ ବିକଳ୍ପ ବ୍ୟବସ୍ଥା ରହିବା ଦରକାର। କାରଣ ଏପିଏମସି (କୃଷି ଉତ୍ପାଦ ବଜାର ସମିତି)ରେ ପାରଦର୍ଶିତା ନାହିଁ। ତୋମାର ଏକଥା ବି କହିଛନ୍ତି ଦୁଇଟି ବିଲ୍ ପ୍ରାବଧାନ ଜରିଆରେ ବଜାରରେ ପ୍ରତିସ୍ପର୍ଧା ବଢ଼ିବ ଓ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବ। ଏହି ବିଲକୁ ନେଇ କିଛି ଧାରଣ ଉପୁଜିଛି ଯାହା ଠିକ୍ ନୁହେଁ ଏହା ଏମଏସପି ସହ ସମ୍ବନ୍ଧିତ ନୁହେଁ।

କଂଗ୍ରେସ ଆରୋପ ଲଗାଇଛି ଯେ ନ୍ୟୁନତମ ସମର୍ଥନ ମୂଲ୍ୟ (ଏମଏସପି) ଶେଷ କରିବା ଓ କର୍ପୋରେଟ୍ ଜଗତକୁ ଫାଇଦା ଦେବା ଲାଗି ଦୁଇଟି ନୂଆ ବିଲ୍ ଅଣାଯାଇଛି। ରାଜ୍ୟସଭାରେ କଂଗ୍ରେସର ପ୍ରତାପ ସିଂହ ବାଜଓ୍ବା ଆରୋପ ଲଗାଇଛନ୍ତି ଦୁଇ ବିଲ ଚାଷୀଙ୍କ ଆତ୍ମାକୁ କ୍ଷତି ପହଞ୍ଚାଇଛି, ଏହା ଭୁଲ ତରିକାରେ ପ୍ରସ୍ତୁତ କରାଯାଇଛି। ଏହା ସହ ଭୁଲ ସମୟରେ ଉପସ୍ଥାପନ କରାଯାଉଛି। ସେ କହିଛନ୍ତି ଏବେ ପ୍ରତିଦିନ କରୋନା ଭାଇରସରେ ହଜାର ହଜାର ମାମଲା ସାମ୍ନାକୁ ଆସୁଛି ଓ ସୀମାରେ ଚୀନ ସହ ବିବାଦ ଜାରି ରହିଛି।

ସେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟ ଏମଏସପିକୁ ଶେଷ କରିବା ଓ କର୍ପୋରେଟ୍ ଜଗତକୁ ଅଗ୍ରାଧିକାର ଦେବା। ସେ ପ୍ରଶ୍ନ କରିଛନ୍ତି ସେ କ’ଣ ସରକାର ନୂଆ ପଦକ୍ଷେପ ନେବା ପୂର୍ବରୁ ଚାଷୀ ସଂଗଠନ ସହ ଆଲୋଚନା କରିଥିଲେ? ଦୁଇଟି ବିଲ ଦେଶର ସଂଘୀୟ ଢ଼ାଞ୍ଚା ସହ ଖେଳିବା ସଦୃଶ। ଯେଉଁମାନଙ୍କୁ ଫାଇଦା ଦେବାକୁ ଚାହୁଁଛନ୍ତି ସେମାନେ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନାହାନ୍ତି। ଏମିତିରେ ନୂଆ ଆଇନର ଆବଶ୍ୟକତା କ’ଣ? ଦେଶର ଚାଷୀ ମୂର୍ଖ ନୁହନ୍ତି ଓ ସେ ସରକାରଙ୍କ ପଦକ୍ଷେପକୁ ବୁଝନ୍ତି ବୋଲି ପ୍ରତାପ କହିଛନ୍ତି। ଏହା ବ୍ୟତୀତ ତୃଣମୂଳ କଂଗ୍ରେସର ଡେରେକ ଓ ବ୍ରାୟନ, ଡିଏମକେର ଟି ଶବା ଓ କଂଗ୍ରେସର କେସି ବେଣୁଗୋପାଳ ନିଜ ସଂଶୋଧନ ଆଣି ଦୁଇଟି ବିଲକୁ ଚୟନ କମିଟିକୁ ପଠାଇବା ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.