ଜୁଆଣି ପାଣିର ମ୍ୟାଜିକ୍ : ଚର୍ବି କମାଇବ, ଓଜନ କମିବ

Published By : Prameya-News7 Bureau | December 13, 2019 IST

ଜୁଆଣି ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ପୁରି, ପରଟା ଏବଂ ଛଣାଯାଇଥିବା ଖାଦ୍ୟ ସ୍ବାଦ ଜୁଆଣି ଯେଉଁଭଳି ଭାବେ ବଢାଇଥାଏ ସେହିଭଳି ଏହାକୁ ପାଚନ କରିବାରେ ମଧ୍ୟ ସହାୟକ ହୋଇଥାଏ । ଲୋକମାନେ ଶୀତଦିନେ ଚର୍ବିଯୁକ୍ତ ଖାଦ୍ୟ ଅଧିକ ଖାଇଥାନ୍ତି । ଏହି ସମୟରେ ଶରୀରର ଓଜନ ବଢିବାର ଆଶଙ୍କା ମଧ୍ୟ ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ଜୁଆଣି ପାଣି ଶରୀରର ଓଜନ କମାଇବାରେ କିଭଳି ସହାୟକ ହେବ ।

{"id":197044,"sizeSlug":"large"}

ସାଧାରଣତଃ ଶରୀରରେ ଓଜନ, ପେଟ ଏବଂ ପାଚନକ୍ରିୟାରେ ସମସ୍ୟା ଯୋଗୁଁ ହିଁ ବଢିଥାଏ । ଆମର ଦୈନନ୍ଦିନ ଖାଦ୍ୟପେୟ ଯୋଗୁଁ ଏଭଳି ହୋଇଥାଏ । ଜୁଆଣି ପାଣି ପେଟ ଏବଂ ପାଚନକ୍ରିୟାର ସମସ୍ୟାକୁ ଦୂର କରିବା ସହ ଶରୀରର ଓଜନ କମାଇବାରେ ସହାୟତା କରିଥାଏ ।

{"id":197045,"sizeSlug":"large"}

ପାଚନ ସମସ୍ୟା ଯେମିତିକି ଅପଚ, ଗ୍ୟାସ୍, ଏସିଡ୍ ହେଉଥିଲେ ଜୁଆଣି ପାଣି ଏଥିରୁ ମୁକ୍ତି ଦେଇଥାଏ । ଏହାଦ୍ବାରା ପାଚନକ୍ରିୟା ସଠିକ୍ ଭାବେ ହୋଇଥାଏ ଏବଂ ଶରୀରରେ ଅତିରିକ୍ତ ଚର୍ବି ବୃଦ୍ଧି ହୋଇନଥାଏ । ଫଳରେ ଶରୀରର ଓଜନ ବଢିନଥାଏ ।

{"id":197046,"sizeSlug":"large"}

ଗୋଟିଏ ପଟେ ଜୁଆଣି ପାଚନକ୍ରିୟାରେ ସହାୟକ ହେଉଥିବା ବେଳେ ଅନ୍ୟପଟେ ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ – ସି ମଧ୍ୟ ରହିଛି । ଏହା ଦ୍ବାରା ଶରୀର ହାଡ ମଜବୁତ ହୋଇଥାଏ । ଏହା ଫଳରେ ବ୍ୟାୟାମ କରିବା ସମୟରେ ଶୀଘ୍ର ଥକିନଥାନ୍ତି । ଏହା ଫଳରେ ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ ।

{"id":197047,"sizeSlug":"large"}

ଭିଟାମିଟ୍ ସି ମଧ୍ୟ ଚର୍ମ ପାଇଁ ଉପଯୋଗୀ ହୋଇଥାଏ । ଚର୍ମ ସହ ଜଡିତ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାସହ ଶରୀରରେ କ୍ଷତିକାରକ ହର୍ମୋନ ସୃଷ୍ଟି ହେବା ବନ୍ଦ ହୋଇଯାଇଥାଏ । ଏହା ଫଳରେ ଶରୀରର ଓଜନ ବଢିନଥାଏ ।

{"id":197048,"sizeSlug":"large"}

ଜୁଆଣି ପାଣିର ବାମ୍ଫ ନେଲେ ନାକର ଭିତର ଦରଜ ଥିଲେ ତାହା ଦୂର ହୋଇଥାଏ । ଶ୍ବାସନଳୀ ମଧ୍ୟ ସଫା ହୋଇଥାଏ । ଗଳାରେ ସମସ୍ୟା ଥିଲେ ତାହା ମଧ୍ୟ ଦୂର ହୋଇଥାଏ । ଏହା ଫଳରେ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହୋଇନଥାଏ । ଯାହା ଫଳରେ ଶରୀରର ଅମ୍ଳଜାନ ସ୍ତର ବୃଦ୍ଧି ପାଇଥାଏ । ଏହା ଫଳରେ ଶରୀର ଫିଟ୍ ଦେଖାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.