ଅଜୁ ନାଏକଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇନି, ହଜାରେ ଟଙ୍କା ପାଇଁ ତାଙ୍କୁ ମାରି ଦିଆଯାଇଛି !
29/10/2019 at 10:06 PM

ଉଦଳା୨୯|୧୦: ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ମଙ୍ଗଳାଛକ ନିକଟରୁ ଗତକାଲି ସକାଳେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୋଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠେଇ ଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୂବକ ହେଲେ କପ୍ତିପଦା ଥାନା ବାଘମୁଣ୍ଡା ଗ୍ରାମର ଅଜୁ ନାଏକ । ହଲେ ଯୁବକଙ୍କ ମୃତ୍ୟୁ ପଛର କାରଣ ଦୁର୍ଘଟଣା ନା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

କାରଣ ଅଜୁ ନାଏକ ସେହି ରାସ୍ତାକୁ କିପରି ଆସିଲେ ତାହାର କାରଣ ଖୋଜିଲା ବେଳକୁ ଏହା ଏକ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ବାଘମୁଣ୍ଡା ଗ୍ରାମର ଅଜୁ ନାଏକ ୬ ମାସ ପୂର୍ବରୁ ଗ୍ରାମ ହାଟରୁ ଜଣେ ବ୍ୟକ୍ତିଙ୍କ ସାଇକେଲ ଚୋରି କରି ଆଣିଥିଲେ । ଯାହାକୁ ନେଇ ଗ୍ରାମରେ ଏକ ବୈଠକ ବସି ଅଜୁ ସାଇକେଲ ଚୋରି କରିଥିବା କାରଣରୁ ତାଙ୍କୁ ଛଅ ହଜାର ଟଙ୍କାର ଜୋରିମାନା କରାଯାଇଥିଲା । ହେଲେ ସେ ପୂରା ୫ହଜାର ଟଙ୍କା ଦେବାକୁ ସମର୍ଥ ହୋଇନଥିଲେ ।

ବାକି ଏକ ହଜାର ଟଙ୍କା ପ୍ରଦାନ କରି ନଥିବାରୁ ତାଙ୍କୁ ବାରମ୍ବାର ସ୍ଥାନୀୟ କିଛି ଲୋକେ ହତ୍ୟା ଧମକ ଦେଇ ଆସୁଥିଲେ । ଅନ୍ୟପଟେ ହଠାତ୍ ଅଜୁଙ୍କ ମୃତଦେହ ରାସ୍ତା ପାଖରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିବା ପରିବାର ଲୋକଙ୍କ ସନ୍ଦେହକୁ ଦୃଢୀଭୂତ କରିଛି । ଯାହାକୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଜୁଙ୍କ ସଂପର୍କୀୟ କହିଛନ୍ତି ।

ଅନ୍ୟପଟେ ପୋଲିସ୍ ଏହି ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ଯଦି ଏହା ଏକ ଦୁର୍ଘଟଣା ତବେ ମଙ୍ଗଳା ଛକ ଦେଇ ଯାଉଥିବା ଲୋକେ ତ ଜାଣିପାରି ଡାକ୍ତରଖାନା ପଠାଇଥାନ୍ତେ । ଅଜୁଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଜାତ ହେବା ସ୍ବାଭାବିକ । ଏକ ହଜାର ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇ ନାହିଁ ତ ? ସେ ଦିଗରେ ପୋଲିସ ତଦନ୍ତ କରିବା ଆବଶ୍ୟକ